Home ଓଡ଼ିଶା ନନ୍ଦିଘୋଷ ରଥର ୧୬ ଗୋଟି ଚକରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ତା୨୦.୦୫.୨୦୨୫ରିଖ,ମଙ୍ଗଳବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ବିଂଶ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନିରଥ ମହାରଣା ସେବକ – ୭୮ *ତିନିରଥ ଭୋଇ ସେବକ – ୭୭ *ତିନିରଥ କରତୀ ସେବକ – ୪ *ତିନିରଥ ଓଝା କମାର ସେବକ – ୨୦ *ତିନିରଥ ରୂପକାର ସେବକ – ୨୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୧ *ରଥଖଳା ସହାୟକ (ପାଣି ବାଲା) ୧ ମୋଟ – ୨୦୩ ଜଣ ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ମଙ୍ଗଳବାର :- ବିଂଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି (ଗତକାଲି ପବିତ୍ର ଭଉଁରୀ ତିଥିରେ ତିନି ରଥର ଚକ – ଅଖ ସଂଯୋଗ ପୂର୍ବକ ଚକ ଡେରା ଅନୁକୂଳ ନୀତି ସମ୍ପନ୍ନ ହୋଇଥିଲା) ତିନିରଥ ର ଚକ ନିର୍ମାଣ ସହ ଭୂଇଁ ଚଉତା, ଖମ୍ୱୀ ଏବଂ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରୀ ଆଜି ସକାଳେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକ ମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳା ଠାରେ ରଖି ଚକ ଗୁଡ଼ିକରେ ଚାଞ୍ଚ ବାନ୍ଧି ସାଇତି ଛନ୍ତୁ । ତିନିରଥ ର ଭୂଇଁ ନିର୍ମାଣରେ ଆବଶ୍ୟକ ଅଂଶ ଗୁଡ଼ିକ ପ୍ରସ୍ତୁତ ପାଇଁ ଆଜି ରଥ ଅମୀନ ତିନି ରଥ ଚାଳି କୁ ଖାମ୍ବୀ,ଭୂଇଁ ଚଉତା ଏବଂ ନିରାଡି ନିର୍ମାଣ ପାଇଁ ପ୍ରଥମ ଦଫାରେ ୪ ଟି ଲେଖାଏଁ ଆବଶ୍ୟକ ୨୦ ଫୁଟିଆ ଧଉରା,ଅସନ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ, ତିନିରଥ ମହାରଣା ସେବକ ମାନେ ଉକ୍ତ କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି । ତାଳଧ୍ଵଜ ରଥ ଚାଳି ତାଳଧ୍ଵଜ ରଥର ଗତକାଲି ସୁଦ୍ଧା ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ଚକ ନିର୍ମାଣ ଜାରୀ ଅହିଛି । ୧୦ ମ ଚକ ର ସିଙ୍ଗଡ଼ା ଗାଡ଼ିଆ ଶେଷ ପରେ ଅଖ ବିନ୍ଧ ହୋଇ ଅର କଟା ଏବଂ ଅର ମୁଖ ସାଲ ହୋଇ ପଇ ବିନ୍ଧ ଜାରୀ ରହିଛି,୧୧ ନମ୍ୱର ଚକ ଟମ୍ୱ ର ସିଙ୍ଗଡ଼ା ଶେଷ ହୋଇ ଅଖ ବିନ୍ଧ ପାଇଁ ରଥ ଖଳାକୁ ଆସିଅଛି । ଏଥିସହ ତାଳଧ୍ଵଜ ରଥର ଭୂଇଁ ନିର୍ମାଣ ପାଇଁ କମ୍ବୀ, ଚଉତା ଏବଂ ବିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି । ଦର୍ପ ଦଳନ ରଥ ଚାଳି ଗତକାଲି ସୁଦ୍ଧା ଦର୍ପ ଦଳନ ରଥର ୮ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ଚକ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ୯ ନମ୍ୱର ଚକ ର ପଇ କଳସା କାର୍ଯ୍ୟ ଜାରୀ ରହିଛି, ପଇ କଳ ସା ପରେ ପଇ ବିନ୍ଧ ରେ ବିଲେଇ ବାଡିଆ କାର୍ଯ୍ୟ ହେବ ,୧୦ ଚକ ର ତୁମ୍ବ ସିଙ୍ଗଡା ଅର କଟା ପରେ ଅର ମୁଖ ସାଲ କାର୍ଯ୍ୟ ଶେଷ ହୋଇଛି,ପଇ ବିନ୍ଧ ଜାରୀ ରହିଛି । ଏଥିସହ ଦର୍ପ ଦଳନ ରଥର ଖାମ୍ୱୀ, ଚଉତା ଏବଂ ବିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରୀ ଆହିଛି । ନନ୍ଦିଘୋଷ ରଥ ଚାଳି ଆଜି ସୁଦ୍ଧା ନନ୍ଦିଘୋଷ ରଥର ୧୬ ଗୋଟି ଚକରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି, ୧୦ ମ ଏବଂ ୧୧ ତମ ଚକର ସିଙ୍ଗଡ଼ା କଟା ପରେ ପଇ ସଂଯୋଗ ଶେଷ ହୋଇ ତୁମ୍ବବିନ୍ଧର ଠେକ ତୁଲିଆ ସହ ପଇ କଳସା କାର୍ଯ୍ୟ ଜାରୀ ରହିଛି। ୧୨ ତମ ଚକ ର ତୁମ୍ବ ରେ ସିଙ୍ଗଡ଼ା ବାଡିଆ ଶେଷ ପରେ ଅଖ ବିନ୍ଧ ହୋଇ ଅର ମୁଖ ସାଲ ଶେଷ ହୋଇଛି, ୧୨ ତମ ଚକର ପଇ ବିନ୍ଧ ଜାରୀ ରହିଛି । ଏଥି ସହ ନନ୍ଦିଘୋଷ ରଥର ଖମ୍ବିି,ଚଉତା ଏବଂ ବିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି । ରୂପକାର ଚାଳି ରୂପକାର ସେବକ ମାନେ ତିନି ରଥର ୧୧ ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି, ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି । କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଦର୍ପଦଳନ ରଥର ୧୨ ଚକ ପାଇଁ ପନ୍ଦାରି,ବଳା ଏବଂ ଅର କଣ୍ଟା ନିର୍ମାଣ ଶେଷ କରି ଗୟଳ କଣ୍ଟା ଏବଂ ଦଣ୍ଡା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି । ସେହିପରି ନନ୍ଦିଘୋଷ ରଥ ଏବଂ ତାଳଧ୍ଵଜ ରଥର ଅର କଣ୍ଟା, ପନ୍ଦାରି ବଳା ଶେଷ କରି ଗୟଳ କଣ୍ଟା ଏବଂ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026