ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତବର୍ଷ ସିବିଏସଇ ବୋର୍ଡ ପରୀକ୍ଷାରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ର ଦିବ୍ୟାଂଶୁ ଷଡ଼ଙ୍ଗୀ ୯୫.୪ ପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି । ସେ ରାମମନ୍ଦିର ନିକଟ ବାସିନ୍ଦା ସତ୍ଯବ୍ରତ ଷଡ଼ଙ୍ଗୀ ଓ ବୀଣାପାଣି ଷଡ଼ଙ୍ଗୀଙ୍କ ଏକମାତ୍ର ପୁତ୍ର ଅଟନ୍ତି । ଦିବ୍ୟାଂଶୁଙ୍କ ଦଦେଇ ଇଞ୍ଜିନିୟର ଦେବବ୍ରତ ଷଡ଼ଙ୍ଗୀ ଓ ଦେଠେଇ ଆରତୀ ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ ଛଅ ରୁ ସାତ ଘଣ୍ଟା ଅଧ୍ୟୟନ କରୁଥିଲେ ।
