ଓଡିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :– ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଘନାମାଲ ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳ ରେ ହାତୀ ପଲ ଦେଖିବାକୁ ମିଳିଥିଲେ । ଏ ନେଇ ଘେସ ରେଞ୍ଜ ପକ୍ଷରୁ ଲୋକ ଙ୍କ ସୁରକ୍ଷା ପାଇଁ ମାଇକ ସାହାଯ୍ୟ ରେ ଲୋକଙ୍କୁ ସଚେତନ କରାଯିବା ବେଳେ ହାତୀ ଙ୍କର ଚଲାପଥ ରେ ଘନାମାଲ ଜଙ୍ଗଲ ଅଞ୍ଚଳ ରେ ହାତୀ ମନେ ଥିବାରୁ ଲୋକଙ୍କୁ ପାଖକୁ ନ ଯିବାକୁ କୁହ ଯାଇଥିଲା ।
ଘନାମାଲ ଠାରୁ ତାଳପଲି ଯିବା ବେଳେ ନଈ ରେ ପାଣି ସ୍ରୋତ ଅଧିକ ଥିବା ରୁ ନଈ ପରି ହୋଇ ନପାରି ନିକଟସ୍ଥ ଜଙ୍ଗଲ କୁ ହାତୀ ମାନେ ପଲେଇ ଥିଲେ ଜଙ୍ଗଲରେ ହାତୀ ଥିବା ଏବଂ ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ସୁରକ୍ଷା ପାଇଁ ଜାଗି ରହିଥିବା ଘେସ ରେଞ୍ଜର ଗଜେନ୍ଦ୍ର ଆଡ଼ଜା ସୂଚନା ଦେବା ସହ ପଲ ରେ ମୋଟ ୪ ଟି ହାତୀ ଦୁଇଟି ମାଈ ଓ ଦୁଇ ଟି ଛୁଆ ହାତୀ ଥିବା ର ବନ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଥିଲା ।
ଗ୍ରାମ ର ଶବ୍ଦ ନାଏକ ନାମକ ଜଣେ ବ୍ୟକ୍ତି ସନ୍ଧ୍ୟା ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଳେ କୌଣସି ପ୍ରକାର ହାତୀ ଙ୍କ ହାବୁଡ଼ ରେ ପଡି ଯାଇଥିବା ରୁ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଘେସ ରେଞ୍ଜର ଘଟଣା ସ୍ଥଳ କୁ ଯାଇ ଘଟଣା ର ତଦନ୍ତ କରିବା ସହ ବନ ବିଭାଗ କର୍ମଚାରୀ ମାନେ ହାତୀ କୁ ଜଙ୍ଗଲ ଭିତରକୁ ଘୋଡେଇବାରେ ଲାଗିଥିବାର ସୂଚନା ମିଳିଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)
