Home ଓଡ଼ିଶା ଭଉଁରୀ ତିଥିରେ ତିନିରଥ ର ଚକ..ଅଖ ଡେରା ନୀତି ସମ୍ପନ୍ନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ତା୧୯.୦୫.୨୦୨୫ରିଖ,ସୋମବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଊନବିଂଶ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନିରଥ ର ମହାରଣା ସେବକ – ୭୮ *ତିନିରଥ ର ଭୋଇ ସେବକ – ୭୭ *ତିନିରଥ ର କରତୀ ସେବକ – ୪ *ତିନିରଥ ଓଝା କମାର ସେବକ – ୧୭ *ତିନିରଥ ରୂପକାର ସେବକ – ୨୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୧ *ରଥଖଳା ସହାୟକ (ପାଣି ବାଲା) – ୧ ମୋଟ – ୨୦୦ ଜଣ ପୁରୀ (ଓଡ଼ିଶା ତାଜା ନ୍ୟୁଜ୍),ସୋମବାର :- ଊନବିଂଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି ଭଉଁରୀ ତିଥିରେ ତିନିରଥ ର ଚକ..ଅଖ ଡେରା ନୀତି ସମ୍ପନ୍ନ ଆଜି ପବିତ୍ର ଭଉଁରୀ ତିଥିରେ ଚକ..ଅଖ ଡେରା ନୀତି ପରମ୍ପରା ପ୍ରକାରେ ପାଳିତ ହୋଇଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଚକ ସହ ଅଖ ସଂଯୋଗ ପୂର୍ବକ ଆଜି ଚକ ଡେରା ନୀତି ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଏହି ନୀତି ସମ୍ପନ୍ନ ହୋଇଅଛି। ମହାପ୍ରଭୁଙ୍କ ସକାଳଧୂପ ଶେଷ ହେବାପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କ ଆଜ୍ଞାମାଳ ଘ.୧୨..୦୫ ରେ ବିଜେ ହୋଇ ଶ୍ରୀନଅରକୁ ଘ.୧୨.୧୫ ମି. ରେ ବିଜେ ହୋଇ ଆସିବାରେ ଘ.୧୨.୧୬ ରେ ତାଳଧ୍ଵଜ ରଥର ଭୋଇ ସେବକ ମାନେ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ଵାବଧାନରେ ତାଳଧ୍ଵଜ ରଥର ଚକ..ଅଖ ସଂଯୋଗ କରିଥିଲେ, ନନ୍ଦିଘୋଷ ରଥର ଚକ..ଅଖ ସଂଯୋଗ ଘ.୧୨.୧୮ ମିରେ ଏବଂ ଦେବୀ ସୁଭଦ୍ରାଙ୍କ ରଥ ଚକ..ଅଖ ଘ.୧୨.୨୦ ମିନିଟରେ ସଂଯୋଗ ସମ୍ପନ୍ନ ପରେ ତିନି ପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ତାଳଧ୍ଵଜ ରଥ ଚକ.. ଅଖରେ ଆଜ୍ଞାମାଳ ଲାଗି ଘ.୧୨.୨୫ ମିନିଟରେ, ନନ୍ଦିଘୋଷ ରଥ ଚକ.. ଅଖରେ ଆଜ୍ଞାମାଳ ଲାଗି ଘ.୧୨.୩୦ ମିନିଟ ରେ ଏବଂ ଦର୍ପଦଳନ ରଥ ଚକ.. ଅଖରେ ଘ.୧୨.୩୫ ମିନିଟ୍ ରେ ଆଜ୍ଞାମାଳ ଲାଗି ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ବିଜେ କରାଇ ଶୋଭାଯାତ୍ରାରେ ବଡ଼ଠାକୁରଙ୍କ ବାଡରୁ ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ,ଦେବୀ ସୁଭଦ୍ରାଙ୍କ ବାଡରୁ ଶ୍ରୀ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାଡରୁ ଶ୍ରୀବିଶ୍ଵନାଥ ପୂଜାପଣ୍ଡା ସାମନ୍ତେ ଆସି ଭଉଁରୀ ତିଥିରେ ତିନି ରଥର ଚକ..ଆଖରେ ଆଜ୍ଞାମାଳ ଲାଗି ସମ୍ପନ୍ନ କରିଥିଲେ। ଭଉଁରୀ ତିଥିରେ ଚକାଡେରା ନୀତି ପରେ ପରମ୍ପରା ପ୍ରକାରେ ରଥ ଖଳାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥାଏ।ଆଜି ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ରଥ ଖଳାରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟ ଜାରୀ ରଖିଥିଲେ। କାର୍ଯ୍ୟ ଶେଷ ବେଳକୁ ଆଜିସୁଦ୍ଧା ତିନି ରଥର ମୋଟ ୨୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ଵଜ ରଥର ଗତକାଲି ସୁଦ୍ଧା ୬ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜିଆଉ ତିନିଗୋଟି ଚକ ର ତୁମ୍ବ ସିଙ୍ଗଡ଼ା ରେ ପଇ ସଂଯୋଗ ଏବଂ ପଇ କଳସା ହୋଇ ୩ ଗୋଟି ଚକ ନିର୍ମାଣ ଶେଷ ପରେ ଆଜିସୁଦ୍ଧା ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ଦର୍ପ ଦଳନ ରଥର ଗତକାଲି ସୁଦ୍ଧା ୬ ଟି ଚକ ନିର୍ମାଣ ଶେଷ ହୋଇ, ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ପରେ ଆଜିସୁଦ୍ଧା ୮ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ସେହିପରି ନନ୍ଦିଘୋଷ ରଥର ୭ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ଚକ ନିର୍ମାଣ ପରେ ମୋଟ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି ।ଏହିପରି ତିନି ରଥର ଆଜିସୁଦ୍ଧା ୨୬ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି। Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026