Home ଓଡ଼ିଶା ରକ୍ତ ନମୁନା ସଂଗ୍ରହ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦଳ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ପଡ଼ିଆ ବ୍ଲକ ସଦର ମହକୁମାର ଶତାଧିକ ପରିବାର ପ୍ରାୟ ଏକ ମାସ ଧରି ଅଜଣା ରୋଗରେ ପୀଡିତ ହୋଇ ରହିଛନ୍ତି । ଚିକିତ୍ସା ପାଇଁ ପଡ଼ିଆରୁ ଆରମ୍ଭ କରି ମାଲକାନଗିରି ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଯାଇଥିଲେ ମଧ୍ୟ ରୋଗ ଚିହ୍ନଟ ହୋଇପାରି ନଥିବାରୁ ଆତଙ୍କିତ ହୋଇପଡ଼ିଥିଲେ । ଏନେଇ ଖବର ପ୍ରକାଶ ପାଇଥିଲା । ସୋମବାର ଦିନ ସକାଳୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୪ଟି ମେଡିକାଲ ଟିମ୍ ପଡ଼ିଆ ଗ୍ରାମର ଖ୍ରୀଷ୍ଟିଆନ ସାହି, ମୋଟୁମଗୁଡା, ଗୁଟାଗୁଡା ଏବଂ ଶାନ୍ତି ନଗର ରେ ପହଞ୍ଚି ଆକ୍ରାନ୍ତ ରୋଗୀଙ୍କର ରକ୍ତ ନମୁନା ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ଆକ୍ରାନ୍ତକାରୀଙ୍କ ରକ୍ତ ନମୁନା , ଡେଙ୍ଗୁ, ମ୍ୟାଲେରିଆ ରୋଗ ସମେତ ସିବିସି,ଏଲଏଫଟି ଓ ଆରଏଫଟି ପରୀକ୍ଷା କରାଯାଇଛି । ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅଵିଦ ହୁସେନଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମକୁ ଗତ ଏକ ମାସ ମଧ୍ୟରେ ଆସିଥିବା ଦାଦନ ଶ୍ରମିକ ଓ ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ କୁହାଯାଇଛି । ସେହିପରି ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ନମୁନା ନିଆଯାଇଛି । ଡ଼ଃ ପ୍ରାଣଵିକା ସିଂ, ବିଜୟ କୁମାର ପଣ୍ଡା ନେତୃତ୍ୱରେ ୪ଟି ଟିମ୍ ପ୍ରତ୍ୟକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ଗୁଡିକୁ ପଡ଼ିଆ ବ୍ଲକ ଏଚ୍ଇଓ ନବୀନ ଚନ୍ଦ୍ର ସମରଥ ଓ ଵିପିଏମ୍ ମହାନନ୍ଦ ମିସ୍ତ୍ରୀ ଆୟୋଜନ କରିଥିବା ଜଣାପଡିଛି । ଏବଂ ଆଇଜିଡି ଏନଜିଓର କର୍ମୀ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026