ବିଧାୟିକା ଙ୍କୁ ଅପେକ୍ଷା କରି ଶ୍ରୀ ଜୀଉଙ୍କ ଚାପ ଖେଳରେ ବିଳମ୍ବ : ନୌକାରେ ଶ୍ରୀଜିଉ ଙ୍କ ସମେତ ନେତା ଓ ସେବାୟତଙ୍କୁ ବସାଇ – କାତ ମାରିଲେ ଦେଉଳ ମ୍ୟାନେଜର

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ରେ ଶ୍ରୀ ଜୀଉ ଙ୍କ ଚନ୍ଦନ ଯାତ୍ରା ର ଶେଷ ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଣପୁର ରେ ଶ୍ରୀ ଜଗନ୍ନାଥଙ୍କ ମଦନ ମୋହନ , ପଞ୍ଚୁ ମହାଦେବ ବିଗ୍ରହଙ୍କୁ ଦୋଳ ମାଧ୍ୟମରେ ଚାପ ପୋଖରୀ ତଥା (ବଧି ) କୁ ବିଜେ କରାଯାଇଥିଲା । ପରେ ଶ୍ରୀମଦମୋହନ, ପଞ୍ଚୁ ମହାଦେବ ଙ୍କ ସମେତ ଶ୍ରୀ ମହାଲକ୍ଷ୍ମୀଙ୍କ ସନ୍ଧ୍ୟା ଆଳତୀ ନୀତି କରାଯାଇଥିଲା ।

ନୀତି ପରମ୍ପରା ଅନୁସାରେ ପାଳିତ ହେଉଥିବା ଚନ୍ଦନ ଯାତ୍ରାରେ ଶ୍ରୀ ମଦନ ମୋହନଙ୍କୁ ନୌକା ବିହାର କରାଯିବା ପରେ ପରେ ବିଗ୍ରହ ମାନେ ଜଗନ୍ନାଥ ମନ୍ଦିର କୁ ବାହୁଡ଼ି ଯିବାର ରୀତି ପାଳିତ ହୋଇ ଆସୁଅଛି। ତେବେ ଶ୍ରୀ ଜୀଉ ଙ୍କ ଚାପ ଖେଳର ଶେଷ ଦିବସକୁ ଚଳିତ ବର୍ଷ ଧୁମ୍ ଧାମରେ ଅନୁଷ୍ଠିତ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଙ୍କ ପାଇଁ ଶ୍ରୀ ଜୀଉ ଙ୍କ ନୌକା ବିହାର ରେ ବିଳମ୍ବ ଦେଖା ଦେଇଥିଲା ।

ପ୍ରଭୁ ଙ୍କ ନୌକା ବିହାର ଦର୍ଶନରେ ଆସିଥିବା ଶତାଧିକ ଭକ୍ତ ଙ୍କ ସମାଗମ ବଧି ପୋଖରୀ ଠାରେ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୭ ଟାରୁ ଶତାଧିକ ଭକ୍ତ ଶ୍ରୀଜିଉ ଙ୍କ ଚାପ ଖେଳ ଦେଖିବାକୁ ଅପେକ୍ଷା କରି ଘରକୁ ଫେରିଥିଲେ ମଧ୍ୟ ରାତି ୯ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ବିଧାୟିକା ଙ୍କ ଦେଖା ମିଳି ନଥିଲା ଏବଂ ନେତ୍ରୀ ଙ୍କ ବିଳମ୍ବ କାରଣରୁ ନୌକା ବିହାର କୁ ଦୀର୍ଘ ୩ ଘଣ୍ଟା ଅଟକାଇ ଦିଆଯାଇଥିଲା ।

ମୁଖ୍ୟ ଅତିଥି ରୂପେ ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଙ୍କ ଯୋଗଦାନ ପରେ ଶ୍ରୀ ଜୀଉ ଙ୍କ ଚାପ ଖେଳ ଆରମ୍ଭ ହୋଇଥିଲା । ଶ୍ରୀ ମଦମୋହନଙ୍କୁ ଧରି ବିଧାୟିକା ଓ ନେତା ,ନେତ୍ରୀ , ସେବାୟତ ପ୍ରମୁଖ ନୌକା ବିହାର କରାଇଥିଲେ । ଏବଂ ଦେଉଳ ମ୍ୟାନେଜର ଙ୍କ ଦ୍ଵାରା ନୌକା କାତ ମରାଯାଉଥିବା ଦେଖିବାକୁ ମିଳିଥିଲା ।

ସେଠାରେ ଭକ୍ତମାନଙ୍କୁ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ବିଧାୟିକାଙ୍କ ଯୋଗୁଁ ଶ୍ରୀ ମଦମୋହନ ଙ୍କ ଚାପ ଖେଳରେ ବିଳମ୍ୱ ହେବା କାରଣରୁ ଶ୍ରଦ୍ଧାଳୁ ଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Exit mobile version