ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ପୋଲିସ ଜିଲ୍ଲାର ତିନିଟି ଥାନା ଅଂଚଳରେ ପୋଲିସ କୁ ଚକମା ଦେଖାଇ ବୟସ୍କ ଦମ୍ପତ୍ତି ମାନଙ୍କ ଠାରୁ ରାସ୍ତାରେ ସେମାନଙ୍କ ବେକରୁ ସୁନା ଗହଣା ଲୁଟି ନେଇ ଚାଲି ଯାଉଥିବା ଘଟଣାର ପର୍ଦ୍ଧା ଫାସ କରିବାରେ ଗଜପତି ପୋଲିସ ସଫଳ ହୋଇଥିବା ନେଇ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି l ଚଳିତ ବର୍ଷ ଜାନୁଆରୀ ମାସରୁ ମେ ମାସ ମଧ୍ୟରେ ଗଜପତି ଜିଲ୍ଲାର ତିନୋଟି ଥାନା ଗୁରାଣ୍ଡି ଥାନା ରେ ୩ ଟି ମକଦ୍ଦମା ପାରଳାଖେମୁଣ୍ଡି ଥାନାରେ ଗୋଟିଏ,ଓ କାଶୀନଗର ଥାନା ରେ ଗୋଟିଏ ଏଭଳି ମୋଟ ପାଞ୍ଚଟି ମୋକଦ୍ଧମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା l

