ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଠାକୁ ବୁଲିବା ପାଇଁ ଯାଇଥିବା ଭାରତର ନିରୀହ ଜନତାଙ୍କ ଅକାଳ ମୃତ୍ୟୁ ହୋଇଥିଲା । ଏହି ଅମାନବୀୟ କାର୍ଯ୍ୟର ପ୍ରତିଶୋଧ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ବ ଓ ଆତଙ୍କବାଦୀଙ୍କ ସମୂଳେ ବିନାଶ ନିମିତ୍ତ ନେଇଥିବା ସଂକଳ୍ପ ଯୋଗୁଁ ଆମ ଦେଶର ସେନାବାହିନୀର ବୀର ଯବାନମାନେ ଆତଙ୍କବାଦୀଙ୍କ ଜନ୍ମଦାତା ପାକିସ୍ତାନ ଦେଶରେ ପଶି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିବା ସହ ପାକିସ୍ତାନ ସେନା ବାହୀନିର ଅନେକ ଆଡ୍ଡାକୁ ମଧ୍ୟ ଧ୍ୱଂସ କରି ନିଜ ବୀରତ୍ବର ପରିଚୟ ଦେବା ସହ ଭାରତ ମାତାର ଗୌରବକୁ ବିଶ୍ୱରେ ପ୍ରତିଷ୍ଠିତ କରିଥିଲେ ।
