ପ୍ଳବୀ ଧରଣୀଧରଙ୍କ ପୁଣ୍ୟତିଥି ପାଳିତ

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :-  ଜିଲ୍ଲା ପ୍ରଶାସନ ତରଫରୁ କେନ୍ଦୁଝରର ବୀର ପୁତ୍ର ବିପ୍ଳବୀ ଧରଣୀଧର ନାଏକଙ୍କ ୮୧ତମ ପୁଣ୍ୟତିଥି ଗତ ୧୬ ମଇରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ କାଳରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥିତ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ରହିଥିଲେ।

ଏହା ସହିତ ପ୍ରଥମଥର ପାଇଁ ଭୂୟାଁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ କେନ୍ଦ୍ରାପଡା ଆଳି ସ୍ଥିତ ବିପ୍ଳବୀଙ୍କ ସମାଧିସ୍ଥଳକୁ ଗସ୍ତ କରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସମାଧିସ୍ଥଳରେ ଆୟୋଜିତ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ବର୍ଗର ଲୋକ ମାନେ ଯୋଗ ଦେଇ ବିପ୍ଳବୀ ଧରଣୀଧରଙ୍କ ପ୍ରାରମ୍ଭିକ ଜୀବନରେ ପ୍ରଦର୍ଶିତ କରିଥିବା ବୀରତ୍ୱ ସମେତ ଆଳିରେ ବିତାଇଥିବା ଅବଶିଷ୍ଟ ଜୀବନ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଳି ତହସିଲଦାର ଶ୍ରୀ ଶାନ୍ତି ସ୍ୱରୂପ ମିଶ୍ର, ନାଗରିକ ମଞ୍ଚ ସଭାପତି ଧନେଶ୍ୱର ରାଉତ, ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ, ସାହସମ୍ପାଦକ ରବି ନାରାୟଣ ବେହେରା, କେନ୍ଦୁଝର ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଭୂୟାଁ ସାଂସ୍କୃତିକ ସଂଗଠକ ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ଶ୍ରୀ ସରଖଣ୍ଡ ଭୂୟାଁ ପିଢ଼ ସିଂହପୁରର ଅନନ୍ତ ଦେହୁରୀ, ଦଅଁଳା ଚାରି ଗାଁ ପିଢ଼ର କୁଞ୍ଜ ଦେହୁରୀ, ପାଞ୍ଚ ପଡ଼ା ପିଢ଼ର ନରୋତ୍ତମ ଦେହୁରୀ,ଆଠ ଶହ ପିଢ଼ ନୁଣ ଘରର ଦଶରଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version