ଆଦିବାସୀ ଝିଅ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି ଅଭିନନ୍ଦନ ଜଣାଇଲେ ଗଜପତି ଜିଲ୍ଳାବାସୀ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମ ର ଆଦିବାସୀ ଝିଅ ମାଧବୀ ମାଝୀ ପାଇଲେ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି l  CCRT ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜାତୀୟ ଜୁନିଅର ଛାତ୍ରବୃତ୍ତି ପାଇଛନ୍ତି ମାଧବୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଜିଲ୍ଲା ଓ ଅଞ୍ଚଳ ବାସୀ, ସରଞ୍ଚନା ନୃତ୍ୟାନୁଷ୍ଠାର ପ୍ରତିଭାଶାଳୀ ଛାତ୍ରୀ ମାଧବୀ ମାଝୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର CCRT ଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ଛାତ୍ରବୃତ୍ତି ଯୋଜନା (CTSSS – 10 ରୁ 14 ବର୍ଷ) ହୋଇଛନ୍ତି ।

ଓଡ଼ିଶୀ ପ୍ରଦର୍ଶକ ଗୁରୁ ରବିଶଙ୍କର ମାଝୀଙ୍କ ମାର୍ଗଦର୍ଶନରେ ସଫଳ ହୋଇଛନ୍ତି  l ମାଧବୀ ବର୍ତ୍ତମାନ ଗୁରୁ ରବି ଶଙ୍କର ମାଝୀଙ୍କ ତତ୍ତ୍ଵାବଧାନରେ ରେ ବ୍ରହ୍ମପୁର ସ୍ତିତ ସରଞ୍ଚନା ନୃତ୍ୟ ଅନୁଷ୍ଠାନରେ ଶିକ୍ଷାରତ। ସେ ଦୀର୍ଘ ୭ବର୍ଷ ଧରି ଶିକ୍ଷା କରି ଆସିବା ସହିତ ବ୍ରହ୍ମପୁରର କୁଇନ୍ ମିସନ୍ ହାଇ ସ୍କୁଲ ରେ ୯ମ ଶ୍ରେଣୀରେ ପଢୁଛନ୍ତି ।

ସେ ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ,ଆଦିବାସୀ ଲୋକ ନୃତ୍ୟ ମଧ୍ୟ କରି ପାରନ୍ତି । ସେ ଭବିଷ୍ୟତ ରେ ଭଲ ଆନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ହେବାର ଲକ୍ଷ୍ୟ ରଖି ନିଜ ଗୁରୁ, ଅଭିଭାବକ ,ନିଜ ଗ୍ରାମ ,ନିଜ ଦେଶ କୁ ଗୌରବ କରିବାକୁ ଲକ୍ଷ୍ୟ ରଖଛନ୍ତି । ତଥା ନିଜ ଅଞ୍ଚଳରେ ଆଦିବାସୀ ପିଲାଙ୍କ ମାଗଣାରେ ଶିକ୍ଷା ଦେଇ ସେମାନଙ୍କ କଳାକୁ ଦେଶ ବିଦେଶ ରେ ପହଞ୍ଚାଇବା ସ୍ଥିର କରିଛନ୍ତି  l

Exit mobile version