Home ଓଡ଼ିଶା ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍ : ୩ ଯାତ୍ରୀ ଗୁରୁତର ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପାହାଡରେ ପିଟିହେଲା ଯାତ୍ରୀବାହୀ ବସ୍ । ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ମାର୍ଲବା ଘାଟିରେ ରବିବାର ଭୋରୁ ଇସ୍ପାତ ନାମକ ଯାତ୍ରୀବାହୀ ବସ ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ବସଟି ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ପାହାଡରେ ପିଟିହୋଇଯାଇଥିଲା । ଏଥିରେ ପ୍ରାୟ ପଚିଶି ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସ କଣ୍ଡକ୍ଟରଙ୍କ ସମେତ ତିନି ଯାତ୍ରୀ ଗୁରୁତର ହୋଇଥିବା ସହ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026