ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ : ବାଟରେ ଧକ୍କା ଦେଲା ବସ୍‌ – ଚାଲିଗଲା ଜଣଙ୍କ ଜୀବନ ଦୁଇ ଗୁରୁତର

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :-  ବିବାହ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ଧକ୍କା ଦେଲା ଘରୋଇ ବସ୍‌ । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର ଗ୍ରାମର ସଞ୍ଜୟ ବଡ଼ ରଇତ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବିବାହ ଲାଗି ନିମନ୍ତ୍ରଣ କାର୍ଡ ଦେବାକୁ ଯାଇ ଘରକୁ ଫେରୁଥିବା ସମୟରେ ଚମ୍ପା ଘାଟିରେ ଅପରାହ୍ନ ୪. ୪୫ ସମୟରେ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ସେମାନଙ୍କୁ ଧକ୍କା ଦେଇଥିଲା । ବସ୍‌ଟି ବ୍ରହ୍ମପୁରରୁ ଆର.ଉଦୟଗିରି ପଟେ ଆସୁଥିବା ବେଳେ ଏଭଳି ଘଟଣା ଘଟିଛ ।

ଗୁରୁତର ୨ଜଣଙ୍କୁ ଆର.ଉଦୟଗିରି ପୋଲିସ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା l ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ଦେଇଛନ୍ତି  l ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ଘଟଣାର ଛାନଭିନ କରୁଛି  l 

Exit mobile version