ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକର ଚାଳକ ବାଲିଗୁଡ଼ା ମେଡିକାଲ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ଭବାନୀପାଟଣା ଠାରୁ ଖୋର୍ଦ୍ଧା ଜିଲ୍ଲାକୁ ଉକ୍ତ ଟ୍ରକ କାଠ ସାମଗ୍ରି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବାରମ୍ବାର ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣା ଘଟୁଥିବା ସହ ଯାତ୍ରୀ କ୍ଷତିଗ୍ରସ୍ତ ହୋଇ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି ।

