ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଭାରସାମ୍ୟ ହରାଇ ଓଲୋଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ଗଦ୍ରଙ୍ଗିଆ ଘାଟିର ଏକ ବୁଲାଣିରେ । ସୂଚନା ମୁତାବକ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକଟି ଖୋର୍ଦ୍ଧା ରୁ ନବରଙ୍ଗପୁର ଯାଉଥିବା ସମୟରେ ଭାରସାମ୍ୟ ହରେଇ ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ଟ୍ରକ ରେ ଥିବା ଥଣ୍ଡା ପାନୀୟ ପେଟି ନଷ୍ଟ ହୋଇଥିବା ବେଳେ ଗାଡ଼ିର ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି ।
