‘ସ୍ୱାଗତିକା’ ର ୪୫ତମ ଜାତୀୟ ଶିଶୁ ମହୋତ୍ସବ- ୨୦୨୫

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱାଗତିକା, ଭୁବନେଶ୍ୱର ତରଫରୁ ୪୫ତମ ଜାତୀୟ ଶିଶୁ ମହୋତ୍ସବ-୨୦୨୫ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ଆନ୍ତଃରାଜ୍ୟସ୍ତରରୁ ବିଭିନ୍ନ ଶ୍ରେଣୀର ୧୦୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ କଳା, ରାହିମ୍ସ, ବକ୍ତୃତା, ଫ୍ୟାସନ ଶୋ, ଏକକ ନୃତ୍ୟ, ସଙ୍ଗୀତ ଓ ୱିମେନ୍ସ ସ୍ପେଶାଲରେ ଅଂଶଗ୍ରହଣ କରିଥିଲେ ।

ଏଥିମଧ୍ୟରୁ ୧୦୨ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ସାଇନି ମହାନ୍ତିଙ୍କୁ ଜାତୀୟ ଶିଶୁ ମହୋତ୍ସବ-୨୦୨୬ ପ୍ରସାର ନିମନ୍ତେ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ସର୍ବସମ୍ମତି ଭାବେ ନିଯୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀମତୀ ନମିତା ମଞ୍ଜରୀ ରାୟ, ସାଧାରଣ ସମ୍ପାଦକ ଡ. ଅସିତ୍ କୁମାର ମହାନ୍ତି, ଅନୁଷ୍ଠାନର ସଂଗଠକ ଶ୍ରୀଯୁକ୍ତ ମାନସ କାନୁନଗୋ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି, ଶ୍ରୀଯୁକ୍ତ ଅଶୋକ କୁମାର ରାୟ,

ଶ୍ରୀଯୁକ୍ତ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଶ୍ରୀଯୁକ୍ତ ନାରାୟଣ ବିଶୋଇ, ଶ୍ରୀଯୁକ୍ତ ଲିଙ୍ଗରାଜ ମହାନ୍ତି, ଶ୍ରୀଯୁକ୍ତ ମୋତିଆଲୁ ଦଳାଇ, ଶ୍ରୀଯୁକ୍ତ ଗୋପାଳ ଦଳାଇ, ସୁଶ୍ରୀ ଲେଖା ମହାନ୍ତି ଓ ସୁଶ୍ରୀ ଶିବାନୀ ମହାନ୍ତି ପ୍ରମୁଖ କର୍ମକର୍ତ୍ତାଙ୍କ ମାଧ୍ୟମରେ ପୁରଷ୍କାର ବିତରଣ ଉତ୍ସବ ପରିଚାଳିତ ହୋଇଥିଲା । ଏଥିନିମନ୍ତେ ଖବରକାଗଜର ସମସ୍ତ ବନ୍ଧୁମାନଙ୍କୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଅସିତ୍ କୁମାର ମହାନ୍ତି ବିନମ୍ର ଭାବେ ଅନୁରୋଧ କରୁଅଛନ୍ତି କି, ଦୟାକରି ଏହାକୁ ଖବର କାଗଜରେ ପ୍ରକାଶ କଲେ ଅନୁଷ୍ଠାନ ତରଫରୁ ଆମ୍ଭେ ବିଶେଷ ଉପକୃତ ହେବୁ ।

Exit mobile version