ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକପ୍ରିୟ ସଂଗଠକ, ଜଣାଶୁଣା ସମାଜସେବୀ, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କାଉନସିଲର ତଥା ଚୌଦ୍ୱାର କଲେଜର ପୁରାତନ ଛାତ୍ର ସଂସଦର ଉପସଭାପତି କିଶୋର ସାମଲଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ଦୋଳଯାତ୍ରା ପଡ଼ିଆ ସନ୍ନିକଟ କଳାନିକେତନ କ୍ଲବ ପରିସରରେ ଚୌଦ୍ୱାର କଲେଜ ପୁରାତନ ଛାତ୍ର ସଂସଦ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ବିବେକାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାମୋଦର ସାହୁ, ଚୌଦ୍ୱାର ପୌର ସଂସ୍ଥାର ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଜେପିର ବରିଷ୍ଠ ନେତା ପ୍ରଶାନ୍ତ କୁମାର ହୋତା ଏବଂ କଟକ ଜିଲ୍ଲା ଯୁବ କଂଗ୍ରେସର ବରିଷ୍ଠ ନେତା ଜୀନେଶ ଦାସଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ୱର୍ଗୀୟ ସାମଲଙ୍କ ସମାଜସେବା ଏବଂ ଚୌଦ୍ୱାର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଶେଷ ଅବଦାନ ସର୍ବୋପରି ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରିବାର ଅଗ୍ରଣୀ ଭୂମିକା ଉପରେ ସ୍ମୃତିଚାରଣ କରିଥିଲେ ।

