Home ଓଡ଼ିଶା ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ – ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହଜାର ହଜାର ଲୋକଙ୍କ ସହ ହାତରେ ତ୍ରିରଙ୍ଗା ଧରି ପଞ୍ଚାୟତ ଅଞ୍ଚଳରେ ବୁଲିଲେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅପରେସନ୍ ସିନ୍ଦୁର’ର ସଫଳତା ପାଳନ ଅବସରରେ ଭୁବନେଶ୍ୱର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଲିଙ୍ଗିପୁର ପଞ୍ଚାୟତର ନୂଆଗାଁ ଛକଠାରୁ ଝାଡୁମଲ୍ଲୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ସହିତ ପ୍ରାୟ ୨ କିଲୋମିଟର ଅଞ୍ଚଳ ଶୋଭାଯାତ୍ରା କରିଥିଲେ । ସୂଚନାଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସ ୧୭ ଓ ୧୮ ତାରିଖରେ ପଞ୍ଚାୟତ ସ୍ତରରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଶୋଭାଯାତ୍ରାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅପରେସନ୍ ସିନ୍ଦୁର’ର ସଫଳତା ପରେ ଏହି ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ । ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ଯେତେବେଳେ ତ୍ରିରଙ୍ଗା ତଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେନାହିଁ । ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି, ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ । ସେ ପୁଣି କହିଥିଲେ, ଆମର ସେନାବାହିନୀର ବୀର ଜବାନମାନେ ଆମ ମା’ମାନଙ୍କର ଓ ଭଉଣୀମାନଙ୍କର ସିନ୍ଦୁରର ମର୍ଯ୍ୟାଦା ରଖିଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ସଲାମ୍ କରୁଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଜୀଜୀଙ୍କ ନେତୃତ୍ୱରେ ଆମେ ସବୁ ଭାରତୀୟ ନିରାପଦ। ମୋଦୀଜୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷା ସହିତ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଜରୁରୀ, ଆବଶ୍ୟକ ପଡ଼ିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ମଧ୍ୟ ଜରୁରୀ ଏବଂ ମୋଦୀଜୀ ଏହାକୁ ଅପରେସନ୍ ସିନ୍ଦୁର’ରେ ପ୍ରମାଣିତ କରି ଦେଖାଇଛନ୍ତି । ଅପରେସନ୍ ସିନ୍ଦୁର ଆଜି ସାରା ଦେଶକୁ ଆତଙ୍କବାଦ ବିରୋଧୀ ବାର୍ତ୍ତା ଦେଇଛି । ଏହା ମାଧ୍ୟମରେ ସାରା ବିଶ୍ୱକୁ ଭାରତ ଶିଖାଇ ଦେଇଛି ଯେ, ଆତଙ୍କବାଦ ଗତିବିଧି ବିରୋଧରେ Zero tolerance ନୀତି ମଧ୍ୟ ଆମେ ଆପଣେଇପାରୁ । ସେ ପୁଣି କହିଥିଲେ ଯେ, ଆଜି ଦେଶର ସମସ୍ତ ରାଜନୈତିକ ଦଳ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏକଜୁଟ୍ ହୋଇଛନ୍ତି । ଶତ୍ରୁର ପ୍ରତ୍ୟେକ ଆହ୍ୱାନର ଉଚିତ ଜବାବ ଦେବାପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତ୍ରିରଙ୍ଗା ଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି । ଆମେ ସମସ୍ତେ ଏକାଠି ହୋଇ ମିଳିମିଶି କାମ କଲେ ଜୀବନର ସମସ୍ତ କଠିନ ପରିସ୍ଥିତିକୁ ଦୂର କରିପାରିବା । ଏହି ଶୋଭାଯାତ୍ରାରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ବିଜେପି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ନିରୂପମା ସାହୁ, ସ୍ଥାନୀୟ ସରପଞ୍ଚ କ୍ଷୀରୋଦ ପ୍ରଧାନ, ସମାଜ ସେବୀ ତଥା ରାଜନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ସମାଜସେବୀ ଦିଲ୍ଲୀପ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026