Home ଓଡ଼ିଶା ବଜ୍ରାଘାତରେ ମହିଳା ମୃତ ଓ ୫ ଜଣ ଗୁରୁତର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲାର ଆର,ଉଦୟଗିରି ବ୍ଲକର ଶିଆଳିଲଟି ପଞ୍ଚାୟତ କାନକଟା ଗ୍ରାମରେ ବଜ୍ରାଘାତ ରେ ମହିଳା ମୃତ ୫ ଜଣ ଗୁରୁତର ହୋଇଥିଲେ । ମୃତକ ମହିଳା ଜଣକ ହେଲେ ଆର.ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ କାନକଟା ଗ୍ରାମର ଦମୟନ୍ତୀ ମଣ୍ଡଳ । ଆଜି ଅପରାହ୍ନ ରେ କାନକଟା ନାକା ପଏଣ୍ଟ ନିକଟରେ ଘର କାମ ଲାଗି ଟ୍ରାକ୍ଟର ରୁ ଇଟା ଓହ୍ଲାଉ ଥିବା ବେଳେ ପୋଲିସ ବିଟ ହାଉସ ନିକଟରେ ଥିବା ଏକ ଶୁଖିଲା ଗଛକୁ ବଜ୍ରପାତ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କରି ମୃତ୍ୟୁ ହୋଇଥିଲା । ୫ ଜଣ ଗୁରୁତର ହୋଇଥିଲେ । ଆହତ ଦାଉଦ ମଣ୍ଡଳ, ସୁନିଲ ମଣ୍ଡଳ, ମଙ୍ଗୀ ଭୂୟାଁ, ଲେଙ୍ଗ୍ୟା ଭୂୟାଁ, ଦିପ ରଇତଙ୍କୁ ସ୍ଥାନୀୟ ଲୋକେ ଅଟୋରେ ଚନ୍ଦ୍ରଗିରି ମେଡିକଲକୁ ଆଣିଥିଲେ । ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ମୋହନା ବ୍ଳକ ଅନ୍ତର୍ଗତ ରାୟପୁର ଗ୍ରାମରେ ବଜ୍ରପାତରେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । ସେମାନେ ହେଲେ ସୁବ୍ରକେଶୀ ବଦ୍ଧନ (32) ଓ ସଞ୍ଜୟ ବଦ୍ଧନ (15) ଉଭୟଙ୍କୁ ଚନ୍ଦ୍ରଗିରି ମେଡିକଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକଲକୁ ସ୍ଥାନାନ୍ତର କରାଯାଉଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026