ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ କରଡ଼ା ଗ୍ରାମ ରେ ଘଟି ଯାଇଛି ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ।ଘଟଣାରୁ ପ୍ରକାଶ ଯେ ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଂଚାୟତ ଅଧୀନରେ ଥିବା କରଡ଼ା ଗ୍ରାମର ରଞ୍ଜିତା କଣ୍ଡାଗରୀ ନାମକ ମହିଳାଙ୍କ ସହିତ ବାଙ୍ଗି ଛକ ରେ ରହୁଥିବା ,ଅକ୍ଷୟ ପାତିକା ନାମକ ବ୍ୟକ୍ତିଙ୍କ ସହିତ ଦୀର୍ଘ ତିନି ବର୍ଷ ହେବ ଅନୈତିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଅକ୍ଷୟ ପାତିକା ନାମକ ବ୍ୟକ୍ତି ଜଣଙ୍କ ବିବାହିତ ଥିବା ବେଳେ ଏହି ଘଟଣା ସମ୍ପର୍କରେ ଅକ୍ଷୟ ପାତିକା ଙ୍କ ନିଜ ପରିବାର ଲୋକେ ଏବଂ ଶାଶୁ ଘର ପରିବାର ଲୋକ ମାନେ ଘଟଣା ସମ୍ପର୍କରେ ଜାଣି ପାରି ଅକ୍ଷୟ ପାତିକା ଙ୍କୁ ରଞ୍ଜିତା ସହିତ ସମ୍ପର୍କ ସ୍ଥାପନ ନ କରିବାକୁ ବାରଣ କରିଥିଲେ ମଧ୍ୟ ଅକ୍ଷୟ ଶୁଣି ନଥିଲେ ।
