ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆର୍ଟ ଅଫ ଗିଭିଙ୍ଗର ଦ୍ୱାଦଶ ତମ ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ ସୋମବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।କିଟ୍ ଉପଦେଷ୍ଟା ଶଶାଙ୍କ ଚୂଡାମଣି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟଶାଣୀ,ଅବସରପ୍ରାପ୍ତ ଫ୍ରଫେସର ଭଗବାନ ଜୟସିଂହ,ଅତିରିକ୍ତ ଏସପି ସନ୍ତୋଷ କୁମାର ପାଣିଗ୍ରାହୀ ଓ ସଚିନ ପଟେଲ, କଥାକାର ବଦ୍ରି ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ସୁକାନ୍ତ ମହାନ୍ତି ,ସମାଜସେବୀ ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗଦେଇ ଆର୍ଟ ଅଫ ଗିଭିଙ୍ଗ ସମ୍ପର୍କରେ ସବୁ ବର୍ଗର ଲୋକମାନଙ୍କ ଭିତରେ ଦାନ କରିବାର କଳା ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ୨୦୧୩ ମସିହାରେ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଏହି ଆର୍ଟ ଅଫ ଗିଭିଙ୍ଗ ଉତ୍ସବ ଆରମ୍ଭ ହୋଇଥିଲା ।
