ସୁନ୍ଦରଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ରାଉରକେଲା :- ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରାଉରକେଲା ଜିଲ୍ଲା ବିଜେପି ତରଫରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇଥିଲା । ଏହି ପରାକ୍ରମ ରାଲିରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ସେ ଏକ ସୁସଜ୍ଜିତ ଖୋଲା ଭ୍ଯାନରେ ଚଢ଼ି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ। ତାଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଶଶାଙ୍କ ଶେଖର ଜେନା , ପଦ୍ମିନୀ ପାଣିଗ୍ରାହୀ , ଗୁରିନ୍ଦର ସିଂ, ମନୋଜ ମାହେଶ୍ୱରୀ ଉପସ୍ଥିତ ଥିଲେ ।
