Home ଓଡ଼ିଶା ଜେମ୍ସର ଦଶମ ଓ ଦ୍ୱାଦଶ ପରିକ୍ଷାରେ ଶତପ୍ରତିଶତ ସଫଳତା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶମରେ ଶ୍ୱେତା ପଣ୍ଡା ଓ ଦ୍ୱାଦଶରେ ଜୟଜିତ୍ ଧଳ ଟପ୍ପର କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) :- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ଲୋରିୟସ ଇଂଲିସ ମିଡିୟମ ସ୍କୁଲ(ଜେମ୍ସ)ର ଚଳିତବର୍ଷ ସିବିଏସଇ ରେଜେଲ୍ଟ ଉଚ୍ଚକୋଟୀର ହୋଇଛି. ଦଶମ ପରିକ୍ଷାରେ ୯୮.୪ ପ୍ରତିଶତ ନମ୍ବର ରଖି ଶ୍ୱେତା ପଣ୍ଡା ଟପ୍ପର ହୋଇଥିବା ବେଳେ, ୯୪.୮% ରଖି ଅନୁପ ସାହୁ ଦ୍ୱିତୀୟ ଏବଂ ୯୪.୨% ରଖି ଚିତ୍ରାନ୍ସୁ ଗୁପ୍ତା ତ୍ରୁତୀୟ ସ୍ଥାନ ଅଧୀକାର କରିଛନ୍ତି. ସେହିପରି ଦ୍ୱାଦଶ ଶ୍ରେଣୀରେ ୯୭.୨ % ମାର୍କ ରଖି ଜୟଜିତ୍ ଧଳ ଟପ୍ପର ହୋଇଥିବା ବେଳେ ୯୬.୨% ରଖି ଓମକାର ପ୍ରିୟରଞ୍ଜନ ରାଉତ ଦ୍ୱିତୀୟ ଏବଂ ୯୪.୮% ରଖି ଉଲ୍ଲାସଚନ୍ଦ୍ର ରାଉତ ତ୍ରୁତୀୟ ସ୍ଥାନ ଅଧୀକାର କରିଛନ୍ତି. ଦଶମରେ ମୋଟ ୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ୯୦ ପ୍ରତିଶତରୁ ଅଧିକ, ୧୬ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ଅବଶିଷ୍ଟ ୭୦ ପ୍ରତିଶରୁ ଅଧିକ ମାର୍କ ରଖିଛନ୍ତି ପାସ କରିଛନ୍ତି l ସେହିପରି ଦ୍ୱାଦଶରେ ମୋଟ ୧୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୩ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୪୪ ଜଣ ୮୫ ପ୍ରତିଶତରୁ ଉର୍ଦ୍ଧ୍ୱ ଏବଂ ଅନ୍ୟମାନେ ୭୦ ପ୍ରତିଶତରୁ ଅଧିକ ମାର୍କ ରଖି ଉର୍ତ୍ତୀର୍ଣ ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି l ଜେମ୍ସର ଏହି ସଫଳତା ପାଇଁ ଖୁସୀର ଲହରୀ ଖେଳିଯାଇଥିବା ବେଳେ ସ୍କୁଲର ଚେୟାରମାନ ଦେବେନ୍ଦ୍ର ନାଥ ପତି, ସଭାପତି ଆଡଭୋକେଟ ଅସ୍ମିତା ପତି ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି l ସେହିପରି ଏହି ସଫଳତା ପାଇଁ ଜେମ୍ସର ପ୍ରିନ୍ସପାଲ ନିରଞ୍ଜନ ପାଣିଗ୍ରାହୀ ଏବଂ ସମ୍ପାଦକ ଡକ୍ଟର ଅଭୟ ପତି ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ସାଧୁବାଦ ଜଣାଇଛନ୍ତି l ପାଠପଢା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଥିବା ବେଳେ, ଆଗାମୀ ଦିନରେ ଶିକ୍ଷାର ମାନକୁ କିପରି ଆହୁରି ଉଚ୍ଚକୁ ନେଇହେବ, ସେ ବିଷୟରେ ଗୁରୁତ୍ୱ ଦିଆଯାଉଥିବା ଜେମ୍ସ ପକ୍ଷରୁ କୁହାଯାଇଛି l(କୋରାଇ ରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ) Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026