Home ଓଡ଼ିଶା ଭୁବନେଶ୍ୱରର ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଅନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ଓ ‘ସ୍କିଲ୍ ଅନ୍ ହ୍ୱିଲ”କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର (SDI)ରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ କରମକମଳରେ ନାସନାଲ୍ ସ୍କିଲ୍ ଡେଭେଲପମେଣ୍ଟ୍ କର୍ପୋରେସନ୍(NSDC)ର ସହଯୋଗରେ ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ ସହ ‘ସ୍କିଲ୍ ଅନ୍ ହ୍ୱିଲ୍’ ବା କୌଶଳ ରଥର ଶୁଭାରମ୍ଭ ହୋଇଯାଇଛି । ଏହାକୁ ମାନ୍ୟବର ରାଜ୍ୟପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ । ଏହାସହ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନୀଆ, ଏସଡିଆଇ ଭୁବନେଶ୍ୱରର ଚେୟାରମ୍ୟାନ ଶ୍ରୀମତୀ ରଶ୍ମି ଗୋଭିଲ, ଆଇଓସିଏସର ଏଚଆର୍ ନିର୍ଦ୍ଦେଶକ, ଏନଏସଡିସି ଓ ଦକ୍ଷତା ବିକାଶ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ସ୍କିଲ ଇଣ୍ଡିଆର ପରିକଳ୍ପନାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରଗତିଶୀଳ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କରି ତାଙ୍କୁ ଜାତୀୟ ସ୍ତରରେ ପ୍ରଶଂସା ପାଇଥିବା ଏସ୍. ଡି. ଆଇ. ଭୁବନେଶ୍ୱରର ସ୍ଥପତି ବୋଲି ଅଭିହିତ କରିଥିଲେ । ସେ କହିଥିଲେ, ଏହି ବିଶ୍ୱସ୍ତରୀୟ କ୍ୟାମ୍ପସ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ୪୭ ଏକର ପରିମିତ ଜମିରେ ୫୦୦ କୋଟି ଟଙ୍କାର ନିବେଶ ସହିତ ବିକଶିତ ହୋଇ କୌଶଳ ପ୍ରଶିକ୍ଷଣର ଉତ୍କୃଷ୍ଟତାର ଏକ ମଡେଲ୍ ଭାବରେ ଉଭା ହୋଇଛି । SDI ଭୁବନେଶ୍ୱର ଇଞ୍ଜିନିୟରିଂ, ପଲିଟେକନିକ୍ ଏବଂ ଆଇଟିଆଇ ସ୍ନାତକଧାରୀଙ୍କ ପାଇଁ ଏହା ବିଶେଷ ସହାୟକ ହୋଇଛି । “ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ର NSDCର ପ୍ରୟାସରେ ଆଜି ଆରମ୍ଭ ହୋଇଛି । ଯେଉଁ ଏକାଡେମୀ ଆମର ଯୁବଶକ୍ତିଙ୍କୁ ବିଦେଶୀ ଭାଷାର ପ୍ରଶିକ୍ଷଣ ଦେଇ ସେମାନଙ୍କ ପାଇଁ ଅନ୍ତର୍ଜାତୀୟ ସୁଯୋଗକୁ ବ୍ୟାପକ କରିଛି । ସେମାନଙ୍କୁ ଭବିଷ୍ୟତର କ୍ୟାରିୟରରେ ସୁଯୋଗ ଦେବା ପାଇଁ ସବୁପ୍ରକାର ସହଯୋଗ ମଧ୍ୟ ପ୍ରଦାନ କରାଯିବ । ସେହିପରି ଉଦଘାଟିତ କୁଶଳ ରଥ ଏକ ମୋବାଇଲ୍ ପ୍ରଶିକ୍ଷଣ ୟୁନିଟ୍ । ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କ ଦକ୍ଷତାକୁ ବଢାଇବ । ମାନ୍ୟବର ରାଜ୍ୟପାଳ କହିଥିଲେ SDI ଭୁବନେଶ୍ୱର ଜାତୀୟ ସ୍ତରରେ ଏକ କୌଶଳ ଏକାଡେମୀ ଭାବେ ଆଗକୁ ବଢ଼ିବ ଏବଂ ଆମର ରାଜ୍ୟ ଓଡିଶାକୁ ଅଧିକ ଗୌରବନ୍ନିତ କରିବାରେ ସକ୍ଷମ ହେବ । ମାନ୍ୟନୀୟ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, SDI ଭୁବନେଶ୍ୱର ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଳ୍ପନାକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଓଡିଶାକୁ ପୂର୍ବ ଭାରତର କୌଶଳ କେନ୍ଦ୍ରରେ ପରିଣତ କରାଯିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିପାଇଁ ବଦ୍ଧପରିକର । ସେ SDI ଭୁବନେଶ୍ୱରକୁ ଓଡ଼ିଶା ଏବଂ ପୂର୍ବଭାରତର ଯୁବବର୍ଗଙ୍କ ପାଇଁ “ବତି ଘର” (ଲାଇଟହାଉସ) ବୋଲି ଅଭିହିତ କରିଥିଲେ । SDI ଭୁବନେଶ୍ୱରରେ ଏହି ଦୁଇଟି ନୂଆ ପ୍ରୟାସ SDI ଭୁବନେଶ୍ୱରର CEO ଶ୍ରୀ ରଞ୍ଜନ ଭୌମିକ୍ ଏବଂ COO ଶ୍ରୀ ରାଜେଶ କୁମାର ତ୍ରିପାଠୀଙ୍କ ମିଳିତ ନେତୃତ୍ୱ କାରଣରୁ ସମ୍ଭବ ହୋଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026