ଓଡିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ଢେଙ୍କାନାଳ : ଜିଲ୍ଲାରେ ଆଜି ଆଉ ୧୩୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନ NACରୁ ୭ ଜଣ, କାମାକ୍ଷାନଗର NACରୁ ଜଣେ ଚିହ୍ନଟ ହୋଇଥିବାବେଳେ ବ୍ଲକର ବାଇସିଂଘାରୁ ୩ ଜଣ ଓ କନ୍ତିଓପୁଟସାହିରୁ ଜଣେ ଏବଂ ଭୁବନ ବ୍ଲକର ଜୟପୁରରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ମୁନସିପାଲଟି ୫୧ ଜଣଙ୍କ ମଧ୍ୟରୁ ହାଟରୋଡରୁ ସର୍ବାଧିକ ୧୪ ଜଣ,କୋରିଆଁ, ମୀନା ବଜାର, ଗଣେଶ ବଜାର ଓ ଜୁବୁଲି ଟାଉନରୁ ୪ ଜଣ ଲେଖାଏଁ,କାଲଟାକ୍ସରୁ ୩ ଜଣ,ମହିଷାପାଟ,ଦେଉଳସାହୀ, ଲକ୍ଷ୍ମୀବଜାର,ଗୁଡିଆନାଳୀ,ଶ୍ୟାମାଚରଣପୁରରୁ ୨ ଜଣ ଲେଖାଏଁ, ଷ୍ଟେସନ୍ ବଜାର,ଟାଉନ୍ ପ୍ଳାନିଙ୍ଗ୍, ରିଜର୍ଭ ପୋଲିସ ଲାଇନ୍, ପୋଲିସ ଲାଇନ୍,ଦକ୍ଷିଣକାଳୀ,ସିମିଳିଆ,କଣ୍ଟାନାଳୀ ଓ ଗଜମରାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଲକ ମାଣିପୁରରୁ ୯,ଶଙ୍କରପୁରରୁ ୬,ପର୍ବତିଆରୁ ୩, ଦାମଦରନାଳୀରୁ ୨ ଓ ବେଲଗୁଣ୍ଠା,ଦୁଦୁକାଟେଣୀ, ଖଳିଆବନ୍ଧ,ଗୋହିରିଆଖାଲ,ଗୁଣ୍ଡୁରାପୁର,ତାଳବରକୋଟରୁଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ଅଙ୍କରାନ୍ତିପୁରରୁ ୯,ଇନ୍ଦିପୁରରୁ ୫, ଗୁଣ୍ଡିଚାପଡ଼ାରୁ ୩,ଲୁନି,ସରପା,ମହାଦିଆ,କଣ୍ଟାବନ୍ଧ,ବେଶାଳିଆ ଓ ଓଡ଼ାପଡ଼ାରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଳକର ବାଇସିଂଆ,ଓରିସିଂଘା ଓ ଗନ୍ଦିଆରୁ ଜଣେ ଲେଖାଏଁ ଏବଂ କଙ୍କଡ଼ାହାଡ଼ ବ୍ଲକର ଶଷାପଷିରୁ ୨ ଜଣ, ଷେଣ୍ଢପଷି,ଡଙ୍ଗାପାଳ,ହରିପଦା ଓ ମହାବିର୍ ରୋଡରୁ ଜଣେ ଲେଖାଏଁ ଏବଂ ହିନ୍ଦୋଳ ବ୍ଲକର ମାଗୁବେରିଣୀ ଓ ଖରଚୁଲିରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୧୦୫ ଜଣ ହୋମ୍ କ୍ଵାରେଣ୍ଟାଇନରୁ, ଜଣେ ସଙ୍ଗରୋଧ କେନ୍ଦ୍ରରୁ,୨୧ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୫ ଜଣ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୬୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୧୭୫୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୨୦୧ ଜଣ ସୁସ୍ଥ ହୋଇଥିବାବେଳେ ୫୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ /ଅମର ରଞ୍ଜନ ଦାସ)
