Home ଅପରାଧ ପାରଳାଖେମୁଣ୍ଡିରେ ଚାଞ୍ଚଲ୍ୟ: ପ୍ରେମିକ ଓ ତାର ସହଯୋଗୀ ସହ ମିଶି ମା’କୁ ହତ୍ୟା କଲା ନାବାଳିକା ଝିଅ…ଦୁଇ ଗିରଫ ଝିଅ ଅଟକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି. ପାରଳାଖେମୁଣ୍ଡି ସହରରେ ପ୍ରେମିକା ଓ ପ୍ରେମିକର ଅନ୍ୟ ଜଣେ ସହଯୋଗୀ ସହ ୩ ଜଣ ମିଶି ମାକୁ ନିର୍ମମ ଭାବେ ହତ୍ୟା କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସୁଚନା ଦେଇଛନ୍ତି l ଘଟଣାରୁ ପ୍ରକାଶ, କିଛି ବର୍ଷ ତଳେ ସହରର ରାସ୍ତାକଡ଼ରେ ଅନାଥ ଭାବେ ପଡିଥିବା ଏକ ୩ ଦିନର କନ୍ୟାକୁ କୋଳେଇ ଆଣି ଅତି ସରାଗରେ ଲାଳନପାଳନ କରିଥିଲେ ମା. କନ୍ୟାର ଉତ୍ତମ ଶିକ୍ଷାଦାନ ପାଇଁ ସୁଦୂର ଭୁବନେଶ୍ବର ଛାଡ଼ି ଝିଅ ସହ ପାରଳାଖେମୁଣ୍ଡିକୁ ଆସି ମା ଓ ନାବାଳିକା ଏକ ଭଡ଼ା ରହୁଥିଲେ l ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢାଇ ଉଚ୍ଚଶିକ୍ଷିତା କରିବାକୁ ମା’ ଆଶା କରିଥିଲେ । ହେଲେ ଝିଅର ପ୍ରେମ ସବୁକିଛି ଓଲଟପାଲଟ କରିଦେଲା। ପ୍ରେମିକ ଓ ତାର ସହଯୋଗୀ ସହ ମିଶି ମା’କୁ ହତ୍ୟା କଲା ନାବାଳିକା ଝିଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡି ସହର ତେଲି ଶୁଣ୍ଢି ସାହିରେ। ଘଟଣାଟି ଗତ ୨୯ ତାରିଖରେ ଘଟିଥିଲେ ମଧ୍ୟ ନାବାଳିକା କନ୍ୟାର ଇନଷ୍ଟାଗ୍ରାମ ଚାଟ୍ରୁ ଗତକାଲି ଗୁରୁବାର ଏହି ଘଟଣା ଲୋକଲୋଚନକୁ ଆସିଛି. ସୂଚନା ମୁତାବକ, ପାଠ ପଢିବା ପାଇଁ ଭୁବନେଶ୍ବରରୁ ଆସି ଝିଅ ସହ ଭଡ଼ା ଘରେ ୪ ବର୍ଷ ହେଲା ରହୁଥିଲେ ମା’ ରାଜଲକ୍ଷ୍ମୀ କର। ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ପାଠ ପଢୁଥିଲେ ନାବାଳିକା ଏହି କନ୍ୟା । ସ୍ଥାନୀୟ ଜଣେ ଯୁବକଙ୍କ ସହ ସେ ପ୍ରେମରେ ପଡି ଅନୈତିକ କାମ କରୁଥିଲା କୌଣସି ମତେ ପ୍ରେମିକ ସହ ନାବାଳିକା ଝିଅର ଅନୈତିକ ସମ୍ପର୍କ ଜାଣିବା ପରେ ପ୍ରତିବାଦ କରିଥିଲା ମା’ ରାଜଲକ୍ଷ୍ମୀ। ଏଥିରେ ବିବ୍ରତ ହୋଇ ପ୍ରେମିକ ସହ ମିଶି ମା’କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ନାବାଳିକା ଝିଅ। ପ୍ରଥମେ ଖାଦ୍ୟରେ ନିଶା ବଟିକା ଦେଇ ଅଚେତ କରାଇବା ପରେ ପ୍ରେମିକ ଓ ଜଣେ ସହଯୋଗୀ ସହ ମିଶି ମୁହଁରେ ତକିଆ ଦେଇ ଶ୍ଵାସରୁଦ୍ଧ କରି ଗତମାସ ୨୯ ତାରିଖରେ ମା’କୁ ହତ୍ୟା କରିଥିବା ଜଣାପଡ଼ିଛି। ମା’ର ମୃତ୍ୟୁ ପରେ ଯୋଜନାବଦ୍ଧ ଭାବେ ହୃଦଘାତରେ ମୃତ୍ୟୁବରଣ କରିଥିବା ଦର୍ଶାଇ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ମୃତଶରୀରକୁ ଭୁବନେଶ୍ବର ନେଇ ପରିବାର ଓ ସମ୍ପର୍କୀୟଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ କରିଥିଲା ଝିଅ। ପରବର୍ତ୍ତୀ ସମୟରେ ବିଭିନ୍ନ ମାଧ୍ଯମରେ ପ୍ରେମିକ ସହ ଯୋଗାଯୋଗରେ ରହିଥିବା ବେଳେ ଝିଅ ଓ ପ୍ରେମିକର ବାର୍ତାଳାପରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା। ପରେ ଏହାକୁ ନେଇ ଉଭୟଙ୍କ ସୋସିଆଲ ମିଡ଼ିଆ । ଇନଷ୍ଟାଗ୍ରାମ ଚାଟରୁ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ଘଟଣାର ତଦନ୍ତ ପୁଲିସକୁ ଅନୁରୋଧ କରିଥିଲେ ପରିବାର । ପୁଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଅଟକ ରଖୁଛି । ଅଧୂକ ତଦନ୍ତ ପାଇଁ ଅଭିଯୁକ୍ତ ଝିଅକୁ ହତ୍ୟା ଘଟାଇ ଥିବା ଘରକୁ ନେଇ ଘଟଣାର ଦୃଶ୍ୟ ପୁନରାବୃତ୍ତି କରିଛି ପାରଳାଖେମୁଣ୍ଡି ପୋଲିସ l ଗଜପତି ଏସ ପି ଙ୍କ ସୁଚନା ମୁତାବକ ପ୍ରଥମେ ଝିଅର ମା ରାଜଲକ୍ଷ୍ମୀ ଙ୍କୁ ମାରିବା ପୂର୍ବରୁ ତାଙ୍କୁ ସୁଚିନ୍ତିତ ଭାବେ ଖାଇବାରେ ନିଶା ବଟିକା ଦିଆ ଯାଇଥିଲା ପରେ ସେ ଅଚେତ ହେବାର ଜାଣି ପାରି ଘରର ବାରିପଟୁ ଘର ଭିତରେ ପ୍ରେମିକ ଓ ତାର ସହଯୋଗୀ ଘର ଭିତରେ ପ୍ରବେଶ କରିଥିଲେ l ଅଚେତ ରାଜଲକ୍ଷ୍ମୀଙ୍କର ଗୋଡ ଦୁଇଟିକୁ ଦିନେଶ ଧରିଥିଲା ବେଳେ ନାବାଳିକା ଝିଅ ତାଙ୍କର ଦୁଇ ହାତକୁ ଜାବୁଡ଼ି ଧରିଥିଲା ଏବଂ ଗଣେଶ ତକିଆ ତାଙ୍କ ମୁହଁରେ ଦେଇ ମାଡିବସି ତାଙ୍କୁ ହତ୍ୟା କରିଥିବା କହିଛନ୍ତି l ମୃତ ମହିଳା ରାଜଲକ୍ଷ୍ମୀ କରଙ୍କ ଭୁବେଶ୍ବରସ୍ଥିତ ଆଇ ଆର ସି ଭିଲେଜ ରହୁଥିବା ଭାଇ ଶିବ ପ୍ରସାଦ ମିଶ୍ର ମେ ୧୪ ତାରିଖରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଭାବେ ରିପୋର୍ଟ ଦେବା ପରେ କେସ ନଂ ୯୮/୧୪- ୫-୨୫, ୟୁ/ଏସ୧୨୩/୧୦୩(୨)/୨୩୮/୩୦୫/୩(୫) (ବିଏନଏସ) ରେ ମକଦ୍ଦମା ରୁଜୁ କରାଯାଇ ରାଜଗୁରୁ ସାହି ବାସିନ୍ଦା ଗଣେଶ ରଥ (୨୧), ଓଡ଼ିଆ ପାରଳା ସାହିର ଦିନେଶ ସାହୁ (୨୦) ଦୁଇ ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ସେମାନଙ୍କ ଠାରୁ ପୋଲିସ ୨.୬ ତୋଳା ସୁନା ଗହଣା, ୩ଟି ସ୍ମାର୍ଟ ମୋବାଇଲ, ଦୁଇଟି ତକିଆ ଜବତ କରି ତଦନ୍ତ ଜାରି ରଖିଥିବା ବିଷୟ ଗଜପତିଏସପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏହି ସାମ୍ୱାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି, ଏସ ଡି ପି ଓ ପ୍ରମୁଖ ଉପସ୍ଥିତ ଥିଲେ l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026