Home ଓଡ଼ିଶା ପାରଳାଖେମୁଣ୍ଡି ସହରରେ ଅଭାବନୀୟ ଦୁଃଖଦ ଘଟଣା ନିଜର ଦୁଇ ସନ୍ତାନ ଝିଅ ଓ ପୁଅଙ୍କୁ ବିଷ ଦେଇ ବାପାଙ୍କ ଆତ୍ମହତ୍ୟା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ଅଭାବନୀୟ ଦୁଖଃଦ ଘଟଣା ଘଟିଛି ଗୋଟିଏ ପରିବାରର ୩ ଜଣ ବିଷପାନ କରି ଆତ୍ମହତ୍ୟା କରିବା ଘଟଣା ପାରଳାଖେମୁଣ୍ଡି ସହରରେ ଶୋକର ଛାୟା ଖେଳି ଯାଇଛି ୮ ବର୍ଷ ବୟସର ପୁଅ ଓ ୧୨ ବର୍ଷର ଝିଅକୁ ବିଷଦେଇ ନିଜେ ବିଷପିଇ ଆତ୍ମହତ୍ୟା କରିଛନ୍ତି ଗତକାଲି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ବିଜୟାନନ୍ଦ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ଶୁଭାଶିଷ ଝିଅ ପ୍ରିୟଦର୍ଶିନୀ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଜରୁରୀ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଥିଲେ.ଆଜି ବ୍ରହ୍ମପୁର ଡାକ୍ତରଖାନରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଆ ପାରଳା ସାହିରେ। ମିଳିଥିବା ସୂଚନା ଅନୁସାରେ, ଶୁଭାଶିଷ ପାଣିଗ୍ରାହୀ (୪୦) ବୁଧବାର ମଧ୍ୟାହ୍ନରେ ନିଜ ବାସଭବନରେ ଦୁଇ ସନ୍ତାନଙ୍କୁ କୌଣସି ଏକ ବିଷାକ୍ତ ଦ୍ରବ୍ୟ ଖୁଆଇ ନିଜେ ମଧ୍ୟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତିନିଜଣ ଗୁରୁତର ଅସୁସ୍ଥ ହୋଇ ଘରେ ପଡି ରହିଥିଲେ। ଖବର ପାଇ ସମ୍ପର୍କୀୟମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନାବାଳକ ପୁଅ ବିଜୟାନନ୍ଦଙ୍କ ସେଠାରେ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଝିଅ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ବାପା ଶୁଭାଶିଷଙ୍କ ସ୍ବାସ୍ଥ୍ୟବସ୍ଥା ଗତକାଲି ସଙ୍କଟାପନ୍ନ ଥିଲା.ସେ ମଧ୍ୟ ଆଜି ସେଠାରେ ମୃତ୍ୟୁବରଣ କରିଛନ୍ତି. ସୂଚନାଯୋଗ୍ୟ ଯେ ଯେ, ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀ ଶ୍ୱେତମଞ୍ଜରୀ ପାଣିଗ୍ରାହୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏନେଇ ପାରଳାଖେମୁଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖୁଥିବା ବେଳେ ସେହି ପରିବାରର ବାକି 3 ଜଣଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହ ସାଙ୍ଗକୁ ସମ୍ପତ୍ତି ବିବାଦ ଲାଗି ରହିଥିବାରୁ ଶୁଭାଶିଷ ସବୁବେଳେ ମାନସିକ ଚାପରେ ରହୁଥିଲେ। ସ୍ତ୍ରୀର ମୃତ୍ୟୁ ପରେ ଅଧିକ ମାନସିକ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟାଇ ଥିବା ପୁଲିସ ଅନୁମାନ କରୁଛି। ସମ୍ପୃକ୍ତ ଘଟଣା ନେଇ ପାରଳାଖେମୁଣ୍ଡି ସହରରେ ଶୋକର ଛାୟା ଖେଳିଯାଇଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026