ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ଆଧୁନିକ ଜୀବନ ଶୈଳୀ ଯୋଗୁଁ ଆଜିର ସମାଜରେ କର୍କଟ ରୋଗର ଭୟାବହତା ବହୁ ପରିମାଣରେ ବଢ଼ି ଚାଲିଛି । ଏଥିପାଇଁ ଆମର ଅଜ୍ଞାନତା ତଥା ଅବହେଳା ବହୁ ପରିମାଣରେ ଦାୟୀ । ଛେଣ୍ଡ୍ କଲୋନୀ ପୋଲିସ୍ ଷ୍ଟେସନ ସ୍ଥିତ ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ ଆୟୋଜିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଟକ ସ୍ଥିତ ପଣ୍ଡା କେନସର ହସ୍ପିଟାଲ’ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡ଼ାକ୍ତର ରଣଜିତ କର ଉପରୋକ୍ତ ମତ ପୋଷଣ କରିବା ସହ କର୍କଟ ରୋଗର ପ୍ରକାର ଭେଦ
