Home ଓଡ଼ିଶା ସୈନ୍ୟବାହିନୀଙ୍କ ସାହସିକତାକୁ ସମ୍ମାନ ଜଣାଇ ଗୋପ ସାମ୍ବାଦିକ ସଂଘ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଜମ୍ମୁ କାଶ୍ମୀରର ପହଲଗାମ ଠାରେ ଗତ ୨୨ତାରିଖରେ ଆତଙ୍କବାଦି ମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ।ଏହାପରେ ଆମ ଦେଶ ସୈନ୍ୟବାହିନୀ ମାନଙ୍କ ଦ୍ଵାରା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ର ଆତଙ୍କବାଦିଙ୍କ ବିଭିନ୍ନ ଆଡା ସ୍ଥଳୀ ଉପରେ ଆକ୍ରମଣ କରାଯାଇ ଧଂଶ କରାଯାଇଥିଲା। ଏହି ଅପରେସନ ଦ୍ଵାରା ଭାରତର ତିନିସେନା ପକ୍ଷରୁ ପାକିସ୍ତାନର ୯ଟି ଆତଙ୍କବାଦି ଆଡ଼ା ସ୍ଥଳୀ ଧଂଶ କରିବା ସହ ପାକିସ୍ତାନୀ ଏୟାରବେସ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଏଥିରେ ପାକିସ୍ତାନ ମୁଣ୍ଡ ନୁଆଇଁବା ସହ ଆସ୍ତ୍ରବିରତି ଘୋଷଣା କରିଥିଲା।ଏହି ପାରିପେଖିରେ ସେନା ବାହିନୀର ମନବଳ ବଢ଼ାଇବା ପାଇଁ ଆଜି ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ତୀରଙ୍ଗା ଶୋଭାଯାତ୍ରା ରେ ପୂର୍ବତନ ଗଣ ଶିକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ l ଏହା କୁସୁପୁର ର ପେଟ୍ରୋଲ ପମ୍ପ ଠାରୁ ଗୋପ ବ୍ଲକ୍ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ରେ ଗୋପ ଅଞ୍ଚଳ ର ସମସ୍ତ ସମାଜସେବୀ ଓ ବିଭିର୍ନ୍ନ ସଂଗଠନ ର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଗୋପ ସାମ୍ବାଦିକ ସଂଘ ସଭାପତି ଭାରତୀ ଭୂଷଣ ଉପାଧ୍ୟାୟ ଙ୍କ ନେତୃତ୍ୱସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ କାରଣ ହେଉଛି ଭାରତୀୟ ସେନା ଓ ମୋଦିଜୀ ଙ୍କ ନେତୃତ୍ୱ କୁ ଦୃଢ଼ ସମର୍ଥନ ରହିଛି l ଏଥିରେ ଗୋପ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ ପରିବା ର ସମସ୍ତ ସଦସ୍ୟ ଓ ଟ୍ୱଟର ଆକ୍ଟିଭିଟିସ ସନ୍ତୋଷ ନାୟକ ପୂର୍ବତନ ବାୟୁ ସେନାର ଅବସର ପ୍ରାପ୍ତ ଅଧିକାରୀ ଡ଼ ଭବାନୀ ଶଙ୍କର ସାମନ୍ତରାୟ, ଯୁବ ନେତା ମନ୍ଦୀପ ପାଇକେରାୟ, ସଂଖ୍ୟାଲଘୁ ସେଲ ର ମୁଖ୍ୟ ସେକ ଅଦିପ, ସୋନୁ, ରମଣ, ଚନ୍ଦନ ପ୍ରଭୁତି ଯୁବ ନେତା ଅଂଶଗ୍ରହଣ କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଉପକୂଳ ଜାତୀୟ ରାଜପଥ ପାଇଁ ସାଇଟ ପରିଦର୍ଶନ by Proprietor Abhimanyu Maharana August 6, 2026 ରାଜସ୍ୱ ମନ୍ତ୍ରୀ ଙ୍କ ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା by Proprietor Abhimanyu Maharana August 6, 2026 BM Foundation Conducts Philanthropic Services During Ratha Yatra by Proprietor Abhimanyu Maharana August 6, 2026 ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026