ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସରକାର ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମାଞ୍ଚଳ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ଗଜପତି ଜିଲ୍ଲା ଆର -ଉଦୟଗିରି ଠାରେ ମହିଳାମାନେ ପାନୀୟଜଳ ଅଭାବରୁ ଗାଡି ମଟର ଅବରୋଧ କରିଛନ୍ତି l ଯାହାଫଳରେ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡିକୁ ସଂଲଘ୍ନ କରୁଥିବା 326 ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ ଭାବେ ଠପ ହେଇପଡ଼ିଛି l ସୂଚନା ପ୍ରକାରେ ଏଠାରେ ଦୀର୍ଘ 5ରୁ 6 ମାସ ହେବ ପିଇବା ପାଇଁ ଜଳ ସଙ୍କଟ ଦେଖା ଦେଇଛି l ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନକୁ ଅବଗତ କଲେ ମଧ୍ୟ କୌଣସି ପ୍ରକାର ସ୍ଥାୟୀ ସମାଧାନ ହେଇପାରନାହିଁ l

