ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବିଭତ୍ସ ହତ୍ୟା। ମଶାଣି ଚଣ୍ଡୀ କମିଟି ସମ୍ପାଦକ କୁନା ବେହେରା (୪୫)ଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ଶୁକ୍ରବାର ସକାଳେ ଶବ ଜବତ କରିଛି ପୁଲିସ। ଅଟକ ଅଭିଯୁକ୍ତ ସେହି ଅଞ୍ଚଳର ଲିପୁନ ଭୋଇ ବୋଲି ପୁଲିସ କହିଛି । ସୂଚନା ମୁତାବକ, ମା’ ମଶାଣି ଚଣ୍ଡୀ ପୀଠ କମିଟି ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ କୁନା ।
