Home ଓଡ଼ିଶା ନାହାକା ଚକଅଖ ପ୍ରସ୍ତୁତି ଯୋରଦାର ଭଉଁରୀ ଦିନ ଚକ ଅଖ ଡେରା ହେବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଖଳା ଏବେ ଚଳଚଞ୍ଚଳ ହୋଇଉଠିଛି । ୧୯ ତାରିଖ ସୋମବାର ଭଉଁରୀ ଦିନ ନାହାକା ଚକଅଖ ସଂଯୁକ୍ତ କରାଯାଇ ଡେରା ଯିବ । ଏଥିପାଇଁ ଅଖ ସାଇଜକାମ ଯୋରସୋର ଚାଲିଛି । ରଥଖଳାର ତିନିବାଡରେ ନାହାକା ଚକ କାମ ଶେଷ ହୋଇଛି । ନାହାକା ଚକର ତୁମ୍ବରେ ଅର ବାଡିଆ ପରେ ପଇ ସଂଯୁକ୍ତ କରାଯାଇଛି । ତୁମ୍ବ ବଳା ଲଗାଯାଇଛି । ଅଖ ପ୍ରବେଶ ପାଇଁ ତୁମ୍ବ ଖୋଲାଯାଇ ପନ୍ଦାରୀ ବାଡିଆ ହୋଇଛି । ଅନ୍ୟପକ୍ଷରେ ୪୨ ଗୋଟି ଚକ କାମ ଚକ ନିର୍ମାଣ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଯନ୍ତା ଗାଡରେ ତୁମ୍ବ ସହ ଅର ସଂଯୋଗ ପାଇଁ କାଠ ପିଟଣା କାମ ଶେଷ ପର୍ଯ୍ୟାୟରେ । ତୁମ୍ବରେ ଅର ସଂଯୋଗ ହେବା ପରେ ଅରକୁ ଟାଇଟ କରାଯାଇ ଅରକଣ୍ଟା ବାଡିଆ ଯାଇଛି । ଅରରେ ପଇ ସଂଯୋଗ କରାଯାଇ ବିଲେଇ ବାଡିଆ କାମ ଚାଲୁ ରହିଛି । ଗୋଟିଏ ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଛି । ଦୁଇଟି ବିନ୍ଧରେ ଗୋଟିଏ ଅର ସଂଯୁକ୍ତ କରାଯାଇଛି । ଗୋଟିଏ ଚକରେ ଆଠଟି ଅର ଲାଗିଛି । ୪୨ଟି ଚକରେ ୩୩୬ଟି ଅର ସଂଯୁକ୍ତ କରାଯିବା କାର୍ଯ୍ଯ ଚାଲୁ ରହିଛି । ରୂପକାର ସେବକ ମାନେ ନୃସିଂହ ଚତୁର୍ଦ୍ଦଶୀ ଠାରୁ କୋଣ ଗୁଜରେ ନୃସିଂହ ବିରାଳ ଖୋଦେଇ କାର୍ଯ୍ଯ କରୁଛନ୍ତି ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଅରକଣ୍ଟା, ପନ୍ଦାରୀ, ତୁମ୍ବ ବଳା କାମ ଚାଲୁରହିଛି । ବିଶ୍ବକର୍ମା ମହାରଣା, ଭୋଇସେବକ, ରୂପକାର ସେବକ, ଓଝା ସେବକ ମାନେ ନିଷ୍ଠାର ସହ କାମ କରୁଛନ୍ତି । ଜୁନ ୨୭ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ୨୬ ତାରିଖ ଦିନ ତିନିରଥ ଦକ୍ଷିଣମୋଡ କରାଯାଇ ସିଂହଦ୍ଵାରରେ ଲାଗିବ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026