Home ଓଡ଼ିଶା ଭୁବନେଶ୍ୱରରେ ମିତ୍ର କ୍ୟାଫେର ନୂଆ ଆଉଟଲେଟ ଉଦଘାଟିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ୧୦୦ ବର୍ଷରୁ ଅଧିକ ସମୟର ଏକ ଐତିହ୍ୟ ସହିତ କିମ୍ବନ୍ଦନ୍ତୀ କଲିନାରୀ ବ୍ରାଣ୍ଡ ମିତ୍ର କ୍ୟାଫେ ଏକ ବଡ ସମାରୋହ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମଧ୍ୟରେ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ଆଉଟଲେଟ୍ର ଉଦ୍ଘାଟନ କରିଛି । ପଟିଆସ୍ଥିତ କିଟ୍ରୋଡଠାରେ ଅବସ୍ଥିତ ଏହି ନୂଆ ଆଉଟଲେଟ ପଶ୍ଚିମବଙ୍ଗ ବାହାରେ ବ୍ରାଣ୍ଡର ସମ୍ପ୍ରସାରଣ କ୍ଷେତ୍ରରେ ଆଉ ଏକ ସଫଳତାକୁ ଚିହ୍ନିତ କରିଛି । ଏହି ଉଦ୍ଘାଟନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ଖାଦ୍ୟପ୍ରେମୀ, ବିଶ୍ୱସ୍ତ ଗ୍ରାହକ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ଯେଉଁମାନେକି ଏହି ଅବସରକୁ ପାଳନ କରିବା ପାଇଁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପିଢି ସହ ମିତ୍ର କ୍ୟାଫେର ଗଭୀର ସାଂସ୍କୃତିକ ଓ ଖାଦ୍ୟପେୟ ସଂଯୋଗର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଏଠାରେ ଫିସ କୋବିରାଜି, ଫିସ ଡାଏମଣ୍ଡ ଫ୍ରାଏ, ମଟନ କଟଲେଟ, ମଟନ କୋବିରାଜି, ପ୍ରନ କୋବିରାଜି, ତନ୍ଦୁର ବେକ୍ଟି, ବୋରିସାଳି ଇଲିସି, ପଟୁଦି, ବସନ୍ତି ପୁଲାଓ, କସା ମାଂସ ଏବଂ ଦାବ ଚିଙ୍ଗୁଡ଼ି ଭଳି ସୁସ୍ୱାଦୁ ବ୍ୟଞ୍ଜନ ଉପଲବ୍ଧ ରହିଛି । ଏହି କ୍ୟାଫେରେ ଆୟୋଜକମାନେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ଉତ୍ସାହଜନକ ସମର୍ଥନ ଓ ଶୁଭେଚ୍ଛା ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି । ଏକ ପ୍ରିୟ ବନ୍ଧୁତାକୁ ସମ୍ମାନ ଜଣାଇବା ପାଇଁ ୧୯୧୦ରେ ସୁଶିଲ ଚନ୍ଦ୍ର ରୟଙ୍କ ଦ୍ୱାରା ସ୍ଥାପିତ ମିତ୍ର କ୍ୟାଫେ ହେଉଛି କୋଲ୍କାତାର ଆଇକୋନିକ ‘କ୍ୟାବିନ କଲ୍ଚର’ର ଏକ ପ୍ରତୀକ । ବର୍ତମାନ ଏହି ବ୍ରାଣ୍ଡ ତାଙ୍କ ପୁଅ ଓ ମିତ୍ର କ୍ୟାଫେର ନିର୍ଦ୍ଦେଶକ ତାପସ ରୟଙ୍କ ଦ୍ୱାରା ପରିଚାଳିତ ହେଉଛି ଯିଏକି ଏହାର ବିରାସତକୁ ଆଗକୁ ବଢାଉଛନ୍ତି । ଏହାର ସିଗ୍ନେଚର ବେଙ୍ଗଲି, ଇଣ୍ଡିଆନ, ଚାଇନିଜ ଓ ତନ୍ଦୁରୀ ଡିସ୍ଗୁଡିକ ପାଇଁ ପରିଚିତ ମିତ୍ର କ୍ୟାଫେ ଏକ ସମର୍ପିତ ପ୍ରଶଂସକ ଆଧାର ସୃଷ୍ଟି କରିଛି ଯାହା ବିଭିନ୍ନ ଅଂଚଳରେ ପରିବ୍ୟାପ୍ତ ରହିଛି । ଏହି ଅବସରରେ ମିତ୍ର କ୍ୟାଫେର ଜଣେ ପ୍ରବକ୍ତା କହିଛନ୍ତି, “ଏହି ଉଦ୍ଘାଟନ ଆମ ଯାତ୍ରାରେ ଏକ ଗୁରୁତ୍ୱପୂଣ୍ର୍ଣ ସଫଳତାକୁ ଚିହ୍ନିତ କରିଛି । ଭୁବନେଶ୍ୱର ହେଉଛି ଏକ ସହର ଯାହା ଗୁଣାତ୍ମକ ଖାଦ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଓ ସମ୍ମାନ ଦେଇଥାଏ ଏବଂ ଆମେ ଏହି ଚମତ୍କାର ସମୁଦାୟକୁ ସେବା ପ୍ରଦାନ କରିବା ପାଇଁ ଉତ୍ସାହିତ ଅଛୁ ।” ଏହି ନୂଆ ରେଷ୍ଟୁରାଂଟ ପ୍ଲଟ୍ ନମ୍ବର: ୫୧୬/୧୭୬୯, ପ୍ରଥମ ମହଲା, କିଟ୍ ରୋଡ, ମୋଚି ଶୋ’ରୁମ ଉପର, ପଟିଆ, ଭୁବନେଶ୍ୱର – ୭୫୧୦୨୪ରେ ଅବସ୍ଥାପିତ ରହିଛି ଏବଂ ଏହା ଆସନ୍ତା ମେ’ ୧୬ ତାରିଖ ୨୦୨୫ରୁ ପରିଚାଳନା ଆରମ୍ଭ କରିବ । ଏହାର ମୌଳିକ ସ୍ୱାଦ ଓ ସୁନ୍ଦର ଆତିଥେୟତା ସହିତ ମିତ୍ର କ୍ୟାଫେ ପରମ୍ପରା ସହ ସ୍ୱାଦକୁ ମିଶ୍ରଣ କରି ଏକ ଉଲ୍ଲେଖନୀୟ ଡାଇନିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି । ପୁରୀ ଓ ବେଙ୍ଗାଲୁରୁରେ ସଫଳ ସମ୍ପ୍ରସାରଣ ପରେ ଭୁବନେଶ୍ୱର ଆଉଟଲେଟ ମିତ୍ର କ୍ୟାଫେର ସର୍ବଭାରତୀୟ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରିଛି । ଖାଦ୍ୟପ୍ରେମୀମାନଙ୍କୁ ଏହି ଗୌରବମୟ ରନ୍ଧନ ବିରାସତର ଏକ ଅଂଶ ହେବା ଏବଂ ଓଡିଶାର ରାଜଧାନୀରେ କୋଲ୍କାତାର କାଳଜୟୀ ସ୍ୱାଦଗୁଡିକୁ ଉପଯୋଗ କରିବା ପାଇଁ ଆମନ୍ତ୍ରିତ କରାଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026