Home Uncategorized ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଛୁଆ ବର୍ଗଙ୍କ ଅଧିକାର ଓ ଏହାର ଉପଲବ୍ଧିକୁ ନେଇ ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କର ନ୍ୟାର୍ଯ୍ୟ ଦାବି ପ୍ରସଙ୍ଗରେ ଆଲୋଚନା ମହାମହିମ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍ ) :- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପଛୁଆ ବର୍ଗ ଜାତିଭିତ୍ତିକ ଜନଗଣନା ଓ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓବିସି ବର୍ଗର କଂଗ୍ରେସ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ । ଦିନବ୍ୟାପୀ ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ପରେ ଅପରାହ୍ନରେ ମହାମହିମ ରାଜ୍ୟପାଳଙ୍କୁ ପିସିସି ସଭାପତି ଓ କଂଗ୍ରେସର ବରିଷ୍ଠ ନେତୃବର୍ଗ ଏକ ସ୍ମାରକ ପତ୍ର ପ୍ରଦାନ କରାଇଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କହିଥିଲେ ଯେ, ଓବିସି ଓ ଏସ୍.ସି.ବି.ସି. ଏବଂ ଏସ୍.ସି.ଏଷ୍ଟି ସଂପ୍ରଦାୟଙ୍କ ପ୍ରତି ବ୍ୟବସ୍ଥିତ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ ନୀତିଗୁଡ଼ିକର ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆମେ ଦାବି କରୁଛୁ ।ମୁଖ୍ୟତଃ ଓବିସି ଓ ଏସ୍.ସି.ବି.ସି ସଂପ୍ରଦାୟଙ୍କୁ ତାଙ୍କର ନ୍ୟାର୍ଯ୍ୟ ସୁଯୋଗରୁ ବଂଚିତ କରାଯାଉଛି । ବୈଷୟିକ ଶିକ୍ଷାରେ ଏସ୍.ସି.ଏଷ୍ଟିମାନଙ୍କୁ ଆଇନ ପ୍ରଦତ୍ତ ସଂରକ୍ଷଣ ଉଲଙ୍ଘନ କରାଯାଉଛି । ଆର୍ଥିକ ସୁଯୋଗ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକରେ ଏସ୍.ସି.ଏ.ଷ୍ଟି, ଓବିସି ଏବଂ ମାଇନରୋଟି ମାନଙ୍କୁ ସୁଯୋଗ ଦେବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ଓଡ଼ିଶାରେ ଓବିସି ଓ ଏସ୍.ସି.ବି.ସି. ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହୋଇଥିଲେ ବି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ । କେବଳ ଚାକିରୀ କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ମାତ୍ର ଏହି ସବୁଥିରେ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ଯାହା ଫଳରେ ଏହି ବର୍ଗର ହଜାର ହଜାର ଛାତ୍ର ସେମାନଙ୍କୁ ମିଳିଥିବା ୨୭ ପ୍ରତିଶତ ସଂରକ୍ଷଣ ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଏହି ବର୍ଗର ପ୍ରାୟ ୫୦ ହଜାର ନିଯୁକ୍ତି ଅନୁସନ୍ଧାନକାରୀ ସେମାନଙ୍କର ନ୍ୟାୟଗତ ଅଧିକାର ପାଇପାରୁନାହାନ୍ତି । ସେହିଭଳି ଓଡ଼ିଶା ଜନସଂଖ୍ୟାର ୪୦ ପ୍ରତିଶତ ଏସ୍.ସି ଓ ଏସ୍.ଟିି ବର୍ଗର କିନ୍ତୁ ସେମାନେ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର ସୁବିଧା ପାଉଛନ୍ତି । ଯାହାଫଳରେ ପ୍ରାୟ ୫୦୦୦ ଏସ୍.ସି.ଏସ୍.ଟି ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ନ୍ୟାୟଚିତ୍ତ ସୁଯୋଗରୁ ବଂଚିତ ହୋଇପଡ଼ୁଛନ୍ତି । ସେହିଭଳି ଏସ.ସି.,ଏସ୍.ଟି. ଓବିସି ଏବଂ ମାଇନୋରିଟିମାନଙ୍କର ବିତ୍ତିୟ ସଂସ୍ଥାନ ବର୍ଷ ବର୍ଷ ଧରି ଅକାମି ହୋଇପଡ଼ିଛି ।ଯାହାଫଳରେ ଏହି ବର୍ଗଙ୍କର ଉଦ୍ଦ୍ୟେଗ କ୍ଷେତ୍ରରେ ପ୍ରଗତି ହେଉପାରୁନାହିଁ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଲ୍ଲୁ ଯୋଗ ଦେଇ କହିଥିଲେ ଯେ ପଛୁଆବର୍ଗ, ଆଦିବାସୀ ଓ ଦଳିତମାନଙ୍କର ସ୍ୱାର୍ଥପ୍ରତି କଂଗ୍ରେସ ସବୁବେଳେ ସଚେତନ ଓ ସଂଗ୍ରାମ କରି ଆସୁଛି । ଜନନାୟକ ରାହୁଲ ଗାନ୍ଧୀ ଏହିବର୍ଗର ଲୋକମାନଙ୍କୁ ପାଇଁ ଲଢ଼େଇ କରୁଛନ୍ତି । ସେମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ନ ପାଇବା ପର୍ଯ୍ୟନ୍ତ କଂଗ୍ରେସ ଦଳ ସଂଗ୍ରାମ ଜାରି ରଖିବ । ପ୍ରଦେଶ କଂଗ୍ରେସ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ନିକଟରେ ନିମ୍ନ ଆବେଦନ ଉପସ୍ଥାପନ କରାଯାଇଥିଲା । ୧. ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଓବିସି ଓ ଏସ୍.ସି.ବି.ସି ମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ତୁରନ୍ତ ଲାଗୁ କରାଯାଉ । ୨. ଓବିସି ଓ ଏସ୍.ସି.ବି.ସି ବର୍ଗ ଯେଉଁ ସୁଯୋଗ ସବୁ ହରାଇଛନ୍ତି ତାହାର ଭରଣା କରିବା ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ କରାଯାଉ । ୩. ୨୦୧୫ ମସିହା ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ବୈଷୟିକ ଏବଂ ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ଏସ୍.ସି.ଓ ଏସ୍.ଟି ଛାତ୍ରଛାତ୍ରୀମାନଙ୍କ ପାଇଁ ୩୮.୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସଂପୂର୍ଣ୍ଣରୂପେ ବ୍ୟବସ୍ଥା କରାଯାଉ । ୪. ସଂବିଧାନର ଧାରା-୧୫(୫) ଅନୁଯାୟୀ ସଂରକ୍ଷଣ ନୀତିକୁ ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ବ୍ୟବସ୍ଥିତ କରାଯାଉ । ୫. ଏସ୍.ସି., ଏସ୍.ଟି, ଓବିସି ଓ ମାଇନୋରିଟି କର୍ପୋରେସନର ତୁରନ୍ତ ପୁନଃରୁଦ୍ଧାର କରାଯାଉ ଏବଂ ୫ ହଜାର କୋଟି ଟଙ୍କାର କର୍ପସଫଣ୍ଡ ବ୍ୟବସ୍ଥା କରାଯାଉ । ଏହି ବର୍ଗର ଉଦ୍ଦ୍ୟେଗୀମାନଙ୍କୁ ଉତ୍ସାହିତ କରିବା ପାଇଁ କମ୍ ସୁଧରେ ଋଣ ଏବଂ ଆବଶ୍ୟକୀୟ ଆର୍ଥିକ ବ୍ୟବସ୍ଥା କରାଯାଉ । ଏହି ବୈଠକକୁ ଶ୍ରୀ ବିଜୟାନନ୍ଦ ଚାଉଳିଆ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ରମେଶ ଜେନା, ରଞ୍ଜିବ ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁ,ଅଶୋକ ଦାସ, ନଗେନ୍ଦ୍ର ପ୍ରଧାନ, ମାନସ ଚୌଧୁରୀ, ଦେବାଶିଷ ନାୟକ, ରବିନ୍ଦ୍ର ମଲ୍ଲିକ, ଡ. ତ୍ରିନାଥ ବେହେରା, ଚିନ୍ମୟ ପ୍ରସାଦ ବେଉରା, କିଶୋର ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରଞ୍ଜିତ ପାତ୍ର, ଉଦିତ୍ ପ୍ରଧାନ, ସମୀର କୁମାର ରାଉତରାୟ, ବିଷ୍ଣୁ ବାରିକ, ରାଜକିଶୋର ବାରିକ, ଅମୀୟ ପାଣ୍ଡବ, ଲିଙ୍ଗରାଜ ସାହୁ, ସୁନିଲ କୁମାର ଧିରଜ, ଅଭୟ ସାହୁ, ରବି ରାୟ, ନିର୍ମଲ ନାୟକ, ସୁବ୍ରତ ପ୍ରଧାନ, ପଦ୍ମାକର ଗୁରୁ, ନଟବର ବାରିକ, ସାକା ସୁଜିତ୍ କୁମାର,ପ୍ରଫୁଲ ଦାସ, ମନୋଜ ରାଉତ, ରଞ୍ଜିତ ସାହୁ, ଲିଙ୍ଗରାଜ ସାହୁ, ଯଦୁମଣି ବାରିକ, ସାରଦା ପ୍ରଧାନ, ମନୋରଞ୍ଜନ ରାଉତରାୟ, ସୋନାଲି ସାହୁ, ପ୍ରଶାନ୍ତ ଚମ୍ପତି, ତୁଲେଶ୍ୱର ନାୟକ, ସୁଦର୍ଶନ ଦାସ, ମଦନ ମୋହନ ଧଳ, ସତ୍ୟବ୍ରତ ନାୟକ, ଚନ୍ଦ୍ରଶେଖର ପରିଡା, ପ୍ରଫୁଲ ଦାସ, ବିପ୍ରବର ସାହୁ, ସୁବାସ ପ୍ରଧାନ, ଫକୀର ଖଠୁଆ, ପ୍ରକାଶ ଜେନା, ଦିଲ୍ଲିପ ମହାନ୍ତି, ବିଶ୍ୱଜିତ ଦାସ, ସତ୍ୟାନନ୍ଦ ସାହୁ, ସଞ୍ଜ କୁମାର ମଣ୍ଡଳ, ନିରଞ୍ଜନ ନାୟକ, ଦେବଶ୍ମିତା ଶର୍ମା, ପ୍ରଶାନ୍ତ ବିଶୋୟୀ, ସୁରଭି ବିଶୋୟୀ, ଡ. ଦେବାଶିଷ ଭୂୟାଁ, ଅଭିଶେକ ରାଉତ, ନିରୁପମା ପାତ୍ର, ନଳିନୀକାନ୍ତ ମହାନ୍ତି, ସୁଶାନ୍ତ ବେହେରା, ଶ୍ରୀକୁମାର ନାୟର, ସାନ୍ତନୁ ସାହୁ, ଭୁବନ ବିହାରି ସାହୁ, ପ୍ରସନ୍ନ କୁମାର ପାଇକରାୟ ଓ ଦିଲ୍ଲିପ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026