ରାସ୍ତାରେ ଗଛ ପଡି ଯାତାୟତ ସମ୍ପୂର୍ଣ ଠପ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସାରା ରାଜ୍ୟ ବର୍ତମାନ ଗ୍ରୀଷ୍ମର ଉତ୍ତାପରେ ସିଝୁଥିବା ବେଳେ ଆଜି ଗଜପତି ଜିଲ୍ଲା ଆର- ଉଦୟଗିରି ଅଂଚଳରେ ଅଚାନକ ଭାବେ କାଳ ବୈଶାଖୀ ପ୍ରଭାବରେ କଉଠି ଛପର ଉଡିଯାଇଛି ତ ଆଉ କେଉଠି ଗଛ ଭାଙ୍ଗିଯାଇଛି l ସେହି ଭଳି ଆଜି କାଳ ବୈଶାଖୀର ପବନରେ ମହେନ୍ଦ୍ରଗଡ ଠାରେ ଏକ ବିଶାଳ ଆମ୍ବଗଛ ରାସ୍ତା ମଝିରେ ପଡିଯାଇଥିଲା l 

ଯାହା ଫଳରେ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି କୁ ସଂଲଘ୍ନ କରୁଥିବା 326 ନମ୍ବର ଜାତୀୟ ରାଜପଥରେ ପ୍ରାୟ 3 ଘଣ୍ଟା ଧରି ଗାଡି ମଟର ଠପ ହୋଇପଡ଼ିଥିଲା l ତେବେ ଘଟଣାସ୍ଥଳରେ ଆର – ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗଛକୁ ରାସ୍ତାରୁ ହଟାଇ ଥିଲେ l

Exit mobile version