Home ଓଡ଼ିଶା ମାତୃ ଦିବସ ଅବସରରେ ଉଫ ସେବାଶ୍ରମର ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବୟାଳିଶମୌଜା (ଓଡ଼ିଶା ତାଜା ନ୍ୟୁଜ୍) :- ୪୨ ମୌଜା ଝିଙ୍କିରିଆ ଗ୍ରାମର କଲିମି ତୋଟା ସ୍ଥିତ ୟୁନିଭର୍ଷାଲ ଫ୍ରେଣ୍ଡସ ଫାଉଣ୍ଡେସନ ସେବାଶ୍ରମ(ଉଫ ସେବାଶ୍ରମ)ର ପ୍ରତିଷ୍ଠା ଉତ୍ସବ ମାତୃ ଦିବସ ଅବସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ ମହାରଣା ଓ ଚିନ୍ମୟୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଶେଷଦେବ ଓଝା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ମୁଖ୍ୟ ବକ୍ତା ଭାବରେ କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ପ୍ରଦୀପ ବେହେରା, ଅଭିମନ୍ୟୁ ଦାସ ଓ ଡାକ୍ତର ସ୍ଵାସତୀ ସୁଚିଶ୍ମିତା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥଙ୍କ ଆଳତି ଓ ବନ୍ଦନା, ମାତୃ ପୂଜନ, ଶହୀଦ ଯବାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହିତ ବର୍ତ୍ତମାନ ସମୟରେ ବୃଦ୍ଧ ତଥା ବୃଦ୍ଧା ପିତାମାତାଙ୍କ ପ୍ରତି କରାଯାଉଥିବା ନିର୍ଯ୍ୟାତନା ଉପରେ ଅତିଥିମାନେ ଉଦବେଗ ପ୍ରକାଶ ଓ ଅଭିମତ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜସେବୀ ଲଳିତ ରାୟ, ବସନ୍ତ କୁମାର ପଣ୍ଡା, ପ୍ରଦୀପ କୁମାର ଦାସ ପ୍ରଭୃତିଙ୍କ ସହ ରାଜ୍ୟର ବହୁ ପ୍ରତିଷ୍ଠିତ ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ “ଦେବଦୂତ ସେବା ସମ୍ମାନ”ରେ ଉପଢୌକନ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ by Proprietor Abhimanyu Maharana July 28, 2026 Srusti Academy of Management and Technology Becomes an AI-Enabled Campus by Proprietor Abhimanyu Maharana July 28, 2026 ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026