Home ଓଡ଼ିଶା ରାଜସୁନାଖଳାରେ ଆୟୋଜିତ ହେଲା ତି୍ରଙ୍ଗା ଯାତ୍ରା : ପତାକା ଦେଖାଇ ଶୁଭାରମ୍ଭ କଲେ – ବାଚସ୍ପତି ଶ୍ରୀମତୀ ପାଢ଼ୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଅପରେସନ୍ ସିନ୍ଦୂର ଦେଶର ଏକତା ଓ ସାର୍ବଭୌମତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାର ପ୍ରମାଣ : ବାଚସ୍ପତି ଭୁବନେଶ୍ୱର(ଓଡ଼ିଶା ତାଜା ନ୍ୟୁଜ୍) :- ଅପ୍ରେଲ ୨୨ ତାରିଖ ଦିନ ଜାମ୍ମୁର ପହଲଗାମ୍ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତୀୟ ସେନାବାହିନୀର ଅଭୂତପୂର୍ବ ସାହସ, ପରାକାଷ୍ଠା ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ । ଏହି ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ମାତ୍ର ତିନି ଦିନ ପରେ ମଇ ୧୦ ତାରିଖ ଦିନ ପାକିସ୍ତାନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲା । ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନାବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ରଣପୁର ବ୍ଲକ୍ର ରାଜସୁନାଖଳା ଗ୍ରାମପଞ୍ଚାୟତସ୍ଥିତ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ପକ୍ଷରୁ ଏକ ତି୍ରରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଜନତା, ରଣପୁର ନାଗରିକ ସମାଜ, ବରିଷ୍ଠ ନାଗରିକ ସଂଘ, ବିବେକାନନ୍ଦ ପାଠାଗାର, ବଣିକ ସଂଘ, ବିଭିନ୍ନ ସାମାଜିକ ସଂଗଠନ, ସେ୍ୱଚ୍ଛାସେବୀ ସଂଗଠନ ଏବଂ ଶତାଧିକ ମହିଳା ଏହି ରାଲିରେ ଯୋଗଦେଇଥିଲେ । ଅପରାହ ୪ଟା ସମୟରେ ଏହି ତି୍ରରଙ୍ଗା ଶୋଭାଯାତ୍ରା ରାଜସୁନାଖେଳା ବସଷ୍ଟାଣ୍ଡରୁ ବାହାରି ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ୧୨୦ ମିଟର ଲମ୍ବର ତି୍ରରଙ୍ଗା ପତାକା ଧରି ରାଲି ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଜନସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଓ ବିଜୟର ଆନନ୍ଦ ସହ ଦେଶପ୍ରେମର ଭାବ ଦେଖି ବାଚସ୍ପତି ଶ୍ରୀମତୀ ପାଢ଼ୀ ଅଭିଭୂତ ହୋଇଥିଲେ । ବାଚସ୍ପତି ଶ୍ରୀମତୀ ପାଢ଼ୀ ରାଲିକୁ ସମ୍ବୋଧନ କରି ମାତୃଜାତି ପ୍ରତି ରହିଥିବା ଗଭୀର ସମ୍ବେଦନା ତଥା ଦେଶର କନ୍ୟାର ସିନ୍ଦୂରର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାଦୀଙ୍କ ସୁରକ୍ଷା, ଦେଶର ଏକତା ଏବଂ ସାର୍ବଭୌମତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାର ପରିଣାମ ଅପରେସନ୍ ସିନ୍ଦୂର ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ସେନାବାହିନୀର ସମନ୍ୱୟ ଏବଂ ଦେଶ ସାମରିକ କୌଶଳରେ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ବୋଲି ପ୍ରମାଣ ଦର୍ଶାଇ ପ୍ରଧାନମନ୍ତ୍ରୀ ଓ ସୈନ୍ୟବାହିନୀଙ୍କ ପ୍ରତି ଶ୍ରୀମତୀ ପାଢ଼ୀ ଗଭୀର କୃତଜ୍ଞତା ଜଣାଇଥିଲେ । ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ ରଣପୁରର ଯୁବସମାଜ ରଘୁ-ଦିବାକରଙ୍କ ଦାୟତ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତଙ୍କବାଦର ମୂଳୋତ୍ପାଟନ ସଂକଳ୍ପ ସହିତ ଅଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ନାୟକ, ପରେଶ ମିଶ୍ର, ଚନ୍ଦ୍ର ବିଜୟୀ ମିଶ୍ର, ସନ୍ନ୍ୟାସୀ ନାୟକ, ତପନ ପ୍ରଧାନ, ଭୁବନେଶ୍ୱରୀ ସାହୁ, ଶିଶିର ସାହୁ, ନିର୍ମଳ କୁମାର ମତ୍ତଗଜସିଂହ, ମହେନ୍ଦ୍ର ସାହୁ, ମଦନ ମୋହନ ସାହୁ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026