ସ୍ପର୍ଶ ହସ୍ପିଟାଲ୍‌ରେ ଆର୍ନ୍ତଜାତୀୟ ସେବିକା ଦିବସ ପାଳନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :-  ସ୍ପର୍ଶ ହସ୍ପିଟାଲ୍ ତରଫରୁ ଚଳିତ ୧୨ ତାରିଖରେ ବିଶ୍ୱ ସେବିକା ଦିବସରେ ସେବିକାମାନଙ୍କର ସମର୍ପଣ ସ୍ୱାସ୍ଥ୍ୟସେବା ଏବଂ ଏହାର ଗୁରୁତ୍ୱକୁ ପାଳନ କରାଯାଇଅଛି । “ଆମ ନର୍ସ, ଆମର ଭବିଷ୍ୟତ । ନର୍ସମାନଙ୍କର ଜତ୍ନନେବା ଅର୍ଥନୀତିକୁ ସୃଦୃଢ଼ କରେ” ଆନ୍ତର୍ଜାତୀୟ ନର୍ସ ପରିଷଦ ପକ୍ଷରୁ ଏହା ହେଉଛି ଚଳିତ ବର୍ଷର ବାର୍ତ୍ତା । ଏହି ଦିବସର ଅବ୍ୟବହିତ ପୂର୍ବରୁ ସ୍ୱର୍ଶ ହସ୍ପିଟାଲ୍ ପକ୍ଷରୁ ନଂର୍ସିଗ୍ରୃପ୍‌ମାନଙ୍କ ମଧ୍ୟରେ ହ୍ୟାଣ୍ଡ୍ ୱାସିଙ୍ଗ୍‌, ରୋଗୀ ସୁରକ୍ଷା, ସ୍ୱଚ୍ଛତା, ଖାଦ୍ୟଗୁଣବତ୍ତା ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଚିକିତ୍ସା କ୍ଷେତ୍ରରେ ଯେମିତି ଡ଼ାକ୍ତରମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେହିଭଳି ସେବିକାମାନଙ୍କର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନିଃସ୍ୱାର୍ଥପର ସେବା ଯତ୍ନ, ଏବଂ ଉତ୍ସର୍ଗୀକୃତ ଅବଦାନକୁ ସମ୍ବର୍ଦ୍ଧିିିିିତ କରିବାପାଇଁ ସ୍ପର୍ଶ ହସ୍ପିଟାଲ୍ସ୍‌ର ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା l ଏହି ଅବସରରେ ସ୍ପର୍ଶ ହେଲଥ୍ କେୟାର୍ ଓଡ଼ିଶାର ପ୍ରତିଷ୍ଠାତା ଏବଂ ପରିଚାଳନା ଅଧ୍ୟକ୍ଷ ଡ଼ା. ପ୍ରିୟବ୍ରତ ଧୀର ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେବିକାମାନଙ୍କର ତ୍ୟାଗପୂତ ସେବା ସଂପର୍କରେ ଧନ୍ୟବାଦ ଦେବା ସହିତ ସେବିକାମାନେ ଆଗାମୀ ଦିନମାନଙ୍କରେ କିପରି ରୋଗୀମାନଙ୍କୁ ଆହୁରି ଉନ୍ନତମାନର ସେବା ଯୋଗାଦେଇପାରିବେ ସେ ବିଷୟରେ ଉପଦେଶ ଦେଇ ତାଙ୍କର ଉତ୍ତୋରତ୍ତର ପ୍ରଗତି କାମନା କରିଥିଲେ ।

ସେବିକାମାନଙ୍କ ରୋଗୀକଲ୍ୟାଣ ସେବାକୁ ପ୍ରୋସାହିତ କରିବା ପାଇଁ ଓଡ଼ିଶାର ରେଡ଼୍ ସ୍ୱ୍ୱସ୍ତିକ୍ ସଂସ୍ଥାର ରାଜକୋଷର ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ପକ୍ଷରୁ ୪ଟି ରୋଗୀସେବା ହ୍ୱିଲ୍ ଚେୟାର ପ୍ରଦାନ କରିଥିଲେ । ନିର୍ମଳା ଟ୍ରଷ୍ଟର ପ୍ରତିଷ୍ଠାତା ନୃସିଂହ ଚରଣ ଧୀର, ବରିଷ୍ଠ ବିଶେଷଜ୍ଞ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ, ବିତ୍ତିୟ ଅଧିକାରୀ ସି.ଏ. ବିଧୁ ଭୂଷଣ ନାୟକ, ମସ୍ତିଷ୍କ ଏବଂ କର୍ଣ୍ଣ-ନାସା-ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡ଼ା. ରାଜେଶ କୁମାର ପାଢ଼ୀ, ସ୍ପର୍ଶ ହେଲ୍‌ଥ କୟୋର୍‌ର ଗ୍ରୃପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ା. ଅନୁଜ ତିୱାରୀ, ହସ୍ପିଟାଲ୍ ଅଧିକ୍ଷକ ଡ଼ା. ଚେଫ୍ରିସ୍ ଆର. ବି, ସହାୟକ ଅଧିକ୍ଷକ ଡ଼ା. ଭରତ ଦାସ, ଭେଷଜ ବିଭାଗର ପ୍ରଫେସର ଡ଼ା ସଂଜୟ କୁମାର ଜାଙ୍ଗିଡ଼୍‌, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡ଼ା. ମ୍ରିନାଲ କାନ୍ତି ଦାଶ, ମୁଖ୍ୟ କାର୍ଯ୍ୟ ସଂପାଦକ ଚିନ୍ମୟ ମହାପାତ୍ର ଏବଂ କାର୍ଯ୍ୟ ସଂପାଦକ ଶରତ ଚନ୍ଦ୍ର ଭଞ୍ଜ l

Exit mobile version