Home ଓଡ଼ିଶା ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ିମୋଟର ଯାଞ୍ଚ ସହ ଜୋରିମାନା ଆଦାୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ହିଲ୍ଭିୟୁ ଛକ ନିକଟରେ ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଏଥିରେ ବିନା ହେଲମେଟ୍ରେ ଯାତ୍ରା ସହ ସିଟ ବେଲ୍ଟ, ବାଇକ୍ରେ ୨ରୁ ଅଧିକ ଯାତ୍ରୀ, ଗାଡ଼ି କାଗଜପତ୍ର, ଆଦି ଯାଞ୍ଚ କରାଯାଇଥିଲା। ମୋଟ୍ ୩୪ଟି ଚାଲାଣ କଟାଯାଇ ମୋଟ୍ ୨ ଲକ୍ଷ ୧୯ ହଜାର ଜୋରିମାନା ବାବଦକୁ ଆଦାୟ କରାଯାଇଥିବା କନ୍ଧମାଳର ଟ୍ରାଫିକ ସବ୍ଇନ୍ସପେକ୍ଟର ଶିବାନୀ ମାଝୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବ୍ରିଥ୍ ଆନା ଲାଇଜର ମେଶିନ ଦ୍ୱାରା ଯାଞ୍ଚ କରାଯାଇ ୩ ଜଣ ମଦ୍ୟପ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯିବା ସହ ଜୋରିମାନା ଆଦାୟ କରାଯାଇଛି। ସେହିପରି ବିନା ହେଲମେଟ୍ରେ ଯାତ୍ରା ସହ ଗାଡ଼ି ରେଜିଷ୍ଟ୍ରେଶନ କାଗଜପତ୍ର,ଇନ୍ସ୍ୟୁରାନ୍ସ, ସିଟବେଲ୍ଟ ଆଦିରେ ଅନିୟମିତତା କରିଥିବା ୩୧ଟି ମାମଲା ରୁଜୁ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଏଥିରେ ଦାରିଙ୍ଗବାଡ଼ି ଥାନାର ଏଏସ୍ଆଇ ଅର୍ଜୁନ ଶବର, ଆଇଆରବି ଯବାନ ଓ ପରିବହନ ବିଭାଗର l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026