ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମେଧାବୃତ୍ତି

ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ରଜକିଶୋର ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନାଚୁଣୀ ସରକାରୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ଗତ ମାଟ୍ରିକ ଵୋର୍ଡ ପରୀକ୍ଷାରେ ସଫଳତା ର ସହ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ଛାତ୍ରୀ ଦିଵ୍ୟାଭାରତୀ ପଲେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ସଂଗଠନର ନେତା ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ବି ଜେ ବି ମହାବିଦ୍ୟାଳୟ ର ଗ୍ରନ୍ଥାଗାରିକ ଫକୀର ମୋହନ ଷଡ଼ଙ୍ଗୀ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଶ୍ବିନୀ କୁମାର ମହାପାତ୍ର,

ବସନ୍ତ କୁମାର ସାହୁ, ସୁରେନ୍ଦ୍ର କୁମାର ସ୍ବାଇଁ,ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅର୍ଜୁନ କୁମାର ସ୍ବାଇଁ, ମଙ୍ଗୁଳି ପରିଡ଼ା,ଉମେଶ ଚନ୍ଦ୍ର ହରିଚନ୍ଦନ, ନାଚୁଣୀ ସରକାରୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ନୀହାରିକା ପାଇକରାୟ, ପ୍ରାକ୍ତନ ଡାକପାଳ ସତ୍ୟବାଦୀ ପ୍ରଧାନ, ପ୍ରାକ୍ତନ ନୈ।ସେନା କର୍ମଚାରୀ ମକରଧ୍ବଜ ପଲେଇ, ଭିକାରୀ ଚରଣ ପ୍ରଧାନ ,ଗୈ।ରୀଶଙ୍କର ମହାପାତ୍ର, ଦେବରାଜ ପରିଡ଼ା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବିଦ୍ୟାଳୟର ଉଜ୍ଜ୍ୱଳ ଶୈକ୍ଷିକ ପରମ୍ପରା ବଜାୟ ରଖିବା ସହ ଅଧ୍ୟୟନ ଶୀଳ ହେବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ବ୍ରଜକିଶୋର ସାହୁ ୧୯୬୫ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ୧ମ ଦଶଜଣଙ୍କ ମଧ୍ୟରେ ୨ୟ ସ୍ଥାନ ଲାଭ କରି ବିଦ୍ୟାଳୟ ର ଗୈାରବ ଵ୍ରୃଦ୍ଧି କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ସାହୁ ଉଚ୍ଚ ଶିକ୍ଷା ଲାଭ କରି ନିଜ ଦକ୍ଷତା ବଳରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଆୟକର କମିଶନର ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ଶ୍ରୀ ସାହୁ ଙ୍କ ର ଗତ କରୋନା ସମୟରେ ଅକାଳ ବିୟୋଗ ଘଟିଥିଲା। ତାଙ୍କରି ସ୍ମୃତିରେ ତାଙ୍କର ପତ୍ନୀ ବୀଣାପାଣି ସାହୁ ବ୍ରଜକିଶୋର ସାହୁ ମେମୋରିଆଲ ଟ୍ରଷ୍ଟ ଗଠନ କରି ପ୍ରତିବର୍ଷ ଉକ୍ତ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଅଧିକ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ ଓ ଛାତ୍ରବୃତ୍ତି ପ୍ରଦାନ କରି ଆସୁଛନ୍ତି।

Exit mobile version