Home ଓଡ଼ିଶା ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ : ଶପଥ ନେଲେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ମାନବାଧିକାର କମିଶନ ର ଅଧକ୍ଷ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରୀ ,ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ଡ଼ଃ ଅଶୋକ କୁମାର ମହାପାତ୍ର ,ଭାରତ ବିକାଶ ପରିଷଦ ର ପୂର୍ବ କ୍ଷେତ୍ର ର କ୍ଷେତ୍ରୀୟ ମହିଳା ସହ ଭାଗୀତା କ୍ଷେତ୍ରୀୟ ସଚିବ ଶ୍ରୀମତୀ ସୁପ୍ରିତୀ ରଥ,ଓଡିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତିୟ ଅଧକ୍ଷ ସତ୍ୟବାଦୀ ଦାଶ, ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ପରିଷଦ ର ଉଦ୍ୟମ କୁ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡିଶା ମାନବାଧିକାର କମିଶନ ର ଅଧକ୍ଷ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରୀ ଭାରତ ବିକାଶ ପରିଷଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହା ସହ କିପରି ଦେଶ ପ୍ରଗତି କ୍ଷେତ୍ରରେ ଆଗଉଛି ସେ ନେଇ ଆଲୋକପାତ କରିଥିଲେ। ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ଡ଼ଃ ଅଶୋକ କୁମାର ମହାପାତ୍ର ସୁସ୍ଥ ହେବା ପାଇଁ ମନୁଷ୍ୟର ଜୀବନଧାରା ବିଷୟରେ ଆଲୋକପାତ କରିଥିଲେ । ଆମେ କିପରି ପ୍ରତିଦିନ ସୁସ୍ଥ ରହିବା ସେ ନେଇ ସେ କହିଥିଲେ । ଶ୍ରୀ ଜଗନ୍ନାଥଃଧାମ ଶାଖାର ସଚିବ ସନ୍ତୋଷ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଆରମ୍ଭ ହୋଇଥିବା ସଭା ରେ ପ୍ରାକ୍ତନ ଅଧକ୍ଷ ଡ଼ଃ ନାରାୟଣ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ୨୦୨୫-୨୬ ମସିହା ପାଇଁ ନୂତନ ଅଧକ୍ଷ ଭାବେ ଡ଼ଃ ନାରାୟଣ ଚନ୍ଦ୍ର ଦାଶ,ସଚିବ ଭାବେ ସନ୍ତୋଷ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ହର ପ୍ରସାଦ ମହାପାତ୍ର ଙ୍କ ସହ ସମ୍ପର୍କ ଆବାହକ ପ୍ରଫେସର ପ୍ୟାରୀମୋହନ ପଟନାୟକ,ସଂସ୍କାର ବୁଧ ଦେବ ମହାପାତ୍ର,ସେବା ରାଜେଶ୍ୱର ମହାରଣା, ପର୍ଯ୍ୟବରଣ ପତିତପାବନ ସାମନ୍ତରାୟ, ମହିଳା ସହଭାଗୀତା ଉର୍ମିଳା ସ୍ୱାଇଁ ଙ୍କ ସହ ଅନ୍ୟ ଦାୟିତ୍ୱଧାରୀ କାର୍ଯ୍ୟକର୍ତ୍ତା ମାନେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିଥିଲେ।ଆଗାମୀ ବର୍ଷ ପାଇଁ ଦିନ ଚର୍ଯ୍ୟା ଏବଂ ଋତୁ ଚର୍ଯ୍ୟା ମାଧ୍ୟମରେ ସୁସ୍ଥ ରହିବା ର ମାର୍ଗ ସମ୍ପର୍କରେ ସମାଜରେ ସଚେତନତା ବାର୍ତା ଦେବାପାଇଁ ଭାରତ ବିକାଶ ପରିଷଦ କାର୍ଯ୍ୟ କରିବ,ବ୍ୟାପକ ବୃକ୍ଷ ରୋପଣ ମାଧ୍ୟମ ରେ ପର୍ଯ୍ୟାବରଣ ର ସୁରକ୍ଷା କରିବା,ମହିଳା ମାନଙ୍କ ସଶକ୍ତିକରଣ,ସମାଜ ରେ ସଂପର୍କ,ସହଯୋଗ,ସେବା, ସଂସ୍କାର ମାଧ୍ୟମ ରେ ଏକ ସୁନ୍ଦର ପରିବାର ଗଠନ ଦିଗରେ ଭାରତ ବିକାଶ ପରିଷଦ କାର୍ଯ୍ୟ କରିବେ ବୋଲି ନୂତନ ଅଧ୍ୟକ୍ଷ, ସଚିବ ଏବଂ ଅର୍ଥ ସଚିବ ଲକ୍ଷ ରଖିଥିବା ସମ୍ପର୍କରେ ମତ ରଖିଥିଲେ। ଶ୍ରୀକ୍ଷେତ୍ର ଶାଖା ର ଅଧକ୍ଷ ଡ଼ଃ କମଲେଶ ପ୍ରସାଦ ପ୍ରଧାନ,ସଚିବ ବିଶ୍ୱ ଶାନ୍ତି ତ୍ରିପାଠୀ,କୋଷାଧକ୍ଷ ଦେବୀ ପ୍ରସନ୍ନ ପଣ୍ଡା,ସମ୍ପର୍କ କୁମାର ଭୀମସେନ,ସେବା ନମନ ଅଗ୍ରୱାଲ,ସଂସ୍କାର ସୌରଭ ଦାସ,ମହିଳା ସହଭାଗୀତା ଡ଼ଃ ସସ୍ମିତା ବନ୍ଦର ନାୟକ, ପର୍ଯ୍ୟାବରଣ ବିବେକ ସୁବୁଦ୍ଧି ଶପଥ ପାଠ କରିଥିଲେ। ତନ୍ମୟ ଚାଟାର୍ଜୀ, ରାଜକିଶୋର ମହାରଣା,ପିତାମ୍ବର ମହାପାତ୍ର,ରାକେଶ ବାରିକ,ଜୟନ୍ତୀ ମହାପାତ୍ର,ପ୍ରାନ୍ତ ସଂଗଠନ ସଚିବ ରାମ ଚନ୍ଦ୍ର ଦଳାଇ,କିଶୋର ପାତ୍ର,ପ୍ରାନ୍ତ ଉପାଧକ୍ଷ ଶ୍ରୀଧର ସାହୂ,ମମତା ପାତ୍ର, ପ୍ରାରମ୍ଭ ରେ ସମୂହ ବନ୍ଦେ ମାତାରମ ଶେଷ ରେ ରାଷ୍ଟ୍ରଗାନ ଜନ ଗଣ ମନ ଗାନ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026