Home ଓଡ଼ିଶା ଶ୍ରୀରାମ ଲୀଳା କାର୍ଯ୍ୟକ୍ରମ : ଚଳିତ ବର୍ଷ ୧୧ ତମ ବାର୍ଷିକ ରାମଲୀଳା ପରିବେଷଣରେ ପଦାର୍ପଣ କରିଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମୁଗଭଙ୍ଗାରେ ଏକାଦଶ ତମ ରାମଲୀଳା ଉତ୍ସବ ଆରମ୍ଭ । କଟକ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲନଖରା :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମର ଉତ୍ସାହି ଯୁବକ ହେମନ୍ତ କୁମାର ଦଳାଇଙ୍କ ନେତୃତ୍ୱରେ ମା ‘ ଖରାଖାଇ ରାମଲୀଳା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଆସୁଥିବା ଶ୍ରୀରାମ ଲୀଳା କାର୍ଯ୍ୟକ୍ରମ ଚଳିତ ବର୍ଷ ୧୧ ତମ ବାର୍ଷିକ ରାମଲୀଳା ପରିବେଷଣରେ ପଦାର୍ପଣ କରିଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଥମ ରଜନୀ ଲୀଳା ପରିବେଷଣ ଉତ୍ସବରେ ବିଭୁତି ଭୁଷଣ ଦଳାଇ ସଭାପତିତ୍ବ କରିଥିଲେ । ସିଏମସି ୫୯ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ୟାସି ଜୀ, କଟକ ନଗର ବିଜେପି ଉପ ସଭାପତି ସ୍ଵାଧୀନଚେତା ମହାନ୍ତି, ଲିଭ୍ ଲାଇଭ ଓଡିଆ ଚ୍ୟାନେଲ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଟିଟନ ସାହୁ, ସୁଧିର କୁମାର ପଟ୍ଟନାୟକ, ଆଞ୍ଚଳିକ ଶାନ୍ତି କମିଟିର ସଂପାଦକ ସୁରେନ୍ଦ୍ର ମହାପାତ୍ର , ଅଜୟ କୁମାର ଦାଶ , ବିଚିତ୍ରାନନ୍ଦ ଦଳାଇ, ଭାଗ୍ୟଧର ଦଳାଇ, ଶରତ କୁମାର ଦଳାଇ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ରାମଲୀଳା ରେ ପରିବାରର ବାପା, ମା, ଭାଇ , ସ୍ତ୍ରୀ, ପୁତ୍ର ଆଦି ବିଭିନ୍ନ ଚରିତ୍ର ବିଷୟ ରହିଛି । ଏଥିରେ ଅହଂକାରୀ ରାବଣ ଚରିତ୍ର କୁ ଗ୍ରହଣ ନକରି ପ୍ରତ୍ୟେକ ବ୍ୟକ୍ତି ରାମ, ଲକ୍ଷ୍ମଣ, ଭରତ , ଶତ୍ରୁଘ୍ନ ଏବଂ ମାତା ସୀତାଙ୍କ ଆଦର୍ଶକୁ ଅନୁସରଣ କରି ପରିବାର ଏବଂ ସମାଜରେ କାର୍ଯ୍ୟ କରିବାକୁ ଅତିଥି ମାନେ କହିଥିଲେ । ପ୍ରଥମ ରାତ୍ରିରେ ଆଠଗଡ଼ ଅଞ୍ଚଳର ଧୁସୁରିଆ ରାମଲୀଳା ସମିତିର କଳାକାର ମାନେ ଲୀଳା ପରିବେଷଣ କରିଥିଲେ । ଏହି ଲୀଳା ଦେଖିବା ପାଇଁ ମୁଗଭଙ୍ଗା, ଖୁନୁକାର , ବାଗଧରାପୁର, ବମ୍ଫକୁଦ, ନୂଆପାଟଣା ଆଦି ଗ୍ରାମର ଜନସାଧାରଣଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟ କ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ମୁଗ ଭଙ୍ଗା ଗ୍ରାମର ନବ କିଶୋର ଦଳାଇ, ସଚିତ୍ର ଦଳାଇ ( ସଚିଆ), ମୁକେଶ ଦଳାଇ ଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ । Categories: ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍ Related Content ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର by Proprietor Abhimanyu Maharana September 13, 2026 ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର by Proprietor Abhimanyu Maharana September 13, 2026 ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ by Proprietor Abhimanyu Maharana September 13, 2026 ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା - ପ୍ରକଳ୍ପରେ ଝଲସିଲେ ପ୍ରତିଭା by Proprietor Abhimanyu Maharana September 13, 2026 MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026