ପଲସାପଡ଼ା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ

କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା :- ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡ଼ା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ନାମ ଯଜ୍ଞରେ ଗ୍ରାମବାସୀଙ୍କ ଦ୍ବାରା ଶୁଭଖମ୍ବ ସ୍ଥାପନ ସହ ୧୦ ତାରିଖରେ କଳସଯାତ୍ରା ଓ ଅଧିବାସ ପରେ ଷୋହଳ ପ୍ରହର ନାମଯଜ୍ଞଟି ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତ୍ତା ରୂପେ ବଂଶୀଧର ନାଏକ, ତାଙ୍କ ଧର୍ମପତ୍ନୀ ଶଶୀମୂଖୀ ନାଏକ,ପୂଜକ ଧିରେନ୍ଦ୍ର ରଥ, ବିଭୂତି ବକ୍ସି,ଆବେଶ କୁମାର ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଥିଲେ l ପଲସାପଡ଼ା,କର୍ଲାକୋଟ, ପିପଲପଡା,ଚିଚିଆ,ପେଣ୍ଡରା,କାଦୋପଡା, ମେଗିଗୁଡା, ମହାଲିଙ୍ଗ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଗୁଡିକ ଏହି ନାମ ଯଜ୍ଞରେ ଯୋଗଦାନ କରିଥିଲେ ।

ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜା କମିଟିର ସଭାପତି ଜଗଦୀଶ ନାଏକ, ସମ୍ପାଦକ ଶରତ ନାଏକ ସହ ବିନୋଦ ନାଏକ,ଛନ୍ଦା ଚରଣ ନାଏକ,ସୁନୀଲ କୁମାର ଶର୍ମା, କୈଳାସ ଭୋଇ, ଭାଗୀରଥି ନାଏକ, ମୋହନ ସାହୁ, ପଦ୍ମଲୋଚନ ସାହୁ, କୁମୁଦ ଚନ୍ଦନ, ନେତ୍ରାନନ୍ଦ ଭୋଇ ସହ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନାମଯଜ୍ଞଟି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି ।

Exit mobile version