କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଞ୍ଚାୟତ ଖନ୍ଦୋଳ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ସମାଜ ସେବୀ ସ୍ୱର୍ଗତ ନରେନ୍ଦ୍ର ସ୍ବାଇଁଙ୍କ ସ୍ମୃତି ଚାରଣ ସଭା ଏବଂ ଭଜନ ପରିବେଷଣ କାର୍ଯ୍ୟକ୍ରମ ସୂର୍ଯ୍ୟ ନାରାୟଣ ଦାସ (ମିଟୁ ବାବୁ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ମହୁରା ଚାନ୍ଦେଶ୍ଵର ଭଜନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ ।

