ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀକ୍ଷେତ୍ର ବାବା ଶ୍ରୀଲୋକନାଥଙ୍କ ପୀଠରେ ବୈଶାଖ ମାସ ଶେଷ ସୋମବାର ବା ସରନ୍ତି ସୋମବାରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ସରନ୍ତି ସୋମବାର ମେଳା ମୁଖ୍ଯତ ଚାଷୀମାନଙ୍କ ପର୍ବ । ଶ୍ରୀକ୍ଷେତ୍ରର ପଞ୍ଚକୋଶୀ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ବାବା ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ଚୁଡାଘଷା ଲାଗି କରିଥିଲେ । ଏହାକୁ ମଧ୍ଯ ପଞ୍ଚକୋଶୀ ଯାତ୍ରା କୁହନ୍ତି । ମନ୍ଦିର ବାହାରୁ ବେଢା ଓ ଗମ୍ଭୀରା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଜାଗର ଚକଡାରେ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଚୁଡ଼ାଘଷା ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା । 
