Home ଓଡ଼ିଶା ସିଂହଦ୍ଵାର ମହାଖଳା ଲୁହା ବାଡରେ ବନ୍ଦୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ସିଂହଦ୍ଵାର ମହାଖଳା ଭାବେ ପରିଚିତ । ସେଠାରେ ଏମାର ମଠ ଚକଡା, ରଥ ପ୍ରତିଷ୍ଠା, ବାହୁଡା ରଥ ଓ ସୁନାବେଶ ଅନୁଷ୍ଠିତ ହୁଏ । ସେଥିପାଇଁ ସେହି ଅଞ୍ଚଳକୁ ଆବଦ୍ଧ କରାଯାଇନଥାଏ । ପୂର୍ବେ ଏମାର ମଠ ଚକଡାରେ ହଜାର ହଜାର ଭକ୍ତ ଆଶ୍ରୟ ନେବା ସହ ପତିତପାବନଙ୍କୁ ଦର୍ଶନ କରିଥାନ୍ତି । ଭକ୍ତ ମେଳରେ ଭଗବାନ ପରି ହଜାର ହଜାର ଗଙ୍ଗା ଯାତ୍ରୀ ସିଂହଦ୍ଵାରରେ ଖୋଲା ଆକାଶ ତଳେ ଶୟନ କରୁଥିଲେ । ଏବେ କିଛି ଦିନ ଧରି ସୁରକ୍ଷା ନାମରେ ସିଂହଦ୍ଵାର ଅଞ୍ଚଳକୁ ଲୁହା ବ୍ଯାରିକେଟରେ ଆବଦ୍ଧ ରଖାଯାଇଛି । ପତିତପାବନ ଦର୍ଶନରେ ଏହି ବ୍ଯାରିକେଟ ପ୍ରତିବନ୍ଧକ ସୃଷ୍ଟି କରୁଛି । ବାହାର ଭକ୍ତ ମାନେ ମନ୍ଦିରକୁ ପ୍ରବେଶ କରିବା ପାଇଁ ସେଠାରେ ଗହଳି ଲଗାଉଛନ୍ତି । କିଛି ସେବକ ଏହି ବ୍ଯାରିକେଡ ଗେଟ ମୁହଁରେ ଅବରୋଧ କରି ଯାତ୍ରୀ ଛାଡୁଥିବା ଭକ୍ତ ମାନେ ଅଭିଯୋଗ କରୁଛନ୍ତି । ସେବକଙ୍କ ମର୍ଜିରେ ପ୍ରଶାସନ ଚାଲୁଛି ବୋଲି ବରିଷ୍ଠ ନାଗରିକ ମତ ଦେଇଛନ୍ତି । ସହରବାସୀ ଶ୍ରୀମନ୍ଦିରକୁ ନଯାଇ ପ୍ରତିଦିନ ପତିତପାବନ ଦର୍ଶନ କରିଥାନ୍ତି । ସେହି ପରମ୍ପରା ଆସ୍ତେ ଆସ୍ତେ ଲୋପ ହୋଇଗଲାଣି । ଭକ୍ତଙ୍କ ଠାରୁ ମନ୍ଦିର ବାହାରେ କୌଣସି ଦାନ ଦକ୍ଷିଣା, ଥାଳି ଥୋଇବା ଓ ଭୋଗ ନାମରେ ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ଏକ ମାମଲାରେ ଗାଇଡଲାଇନ ପ୍ରସ୍ତୁତ ହୋଇଥିଲା । ଭକ୍ତ ଭଗବାନଙ୍କ ମଧ୍ଯରେ ଲୁହା ବ୍ଯାରିକେଟ ନରଖିବା ପାଇଁ ଭକ୍ତ ମହଲରୁ ଦାବି ହେଉଛି । ସୋମବାର ଦିନ ୧୧ଟା ସମୟରେ ପୁରୀର ଜଣାଶୁଣା ବୁଦ୍ଧିଜୀବୀ ଅଶ୍ବିନୀ ଗୌତମ ପତିତପାବନ ଦର୍ଶନ ପାଇଁ ଯିବା ସମୟରେ କିଛି ସେବକ ଓ ପୋଲିସ ବାରଣ କରିବାରୁ ବରିଷ୍ଠ ନାଗରିକ ପଡି ଆହତ ହୋଇଯାଇ ଥାଆନ୍ତେ ବୋଲି ଅଭିଯୋଗ କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026