୪୫୬ ଏଣ୍ଟିଜେନ ଟେଷ୍ଟ ରେ ପଜିଟିଭ ଶୂନ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ :– ଗଞ୍ଜାମ ଜିଲ୍ଲାରେ  କରୋନା ସଂକ୍ରମଣ ହାର କ୍ରମଶଃ ନିମ୍ନ ଗାମୀ ହେବାରେ ଲାଗିଛି । ଏଭଳି ଏକ ବିଷମ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି।ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ରେପିଡ଼ ରେସପନ୍ସ ଟିମ ସହାୟତାରେ ସବୁ ବର୍ଗର ଲୋକଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି । ଏଥିପାଇଁ କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ରୋଗ ନ ଲୁଚାଇ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାରେ ରୋଗମୁକ୍ତ ହେବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ ଆଲପୁର, ପୋଡିଙ୍ଗୀ ଏବଂ ଚାନ୍ଦୁଲି ଗ୍ରାମରେ  ମଙ୍ଗଳବାର ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।

ସମ୍ପୃକ୍ତ ୩ ଗ୍ରାମର ଯଥାକ୍ରମେ ୧୦୦,୨୬୮ଏବଂ ୮୮ ଜଣଙ୍କ ଠାରୁ ଏଣ୍ଟିଜେନ ଟେଷ୍ଟ ନମୁନା ସଂଗୃହିତ ହୋଇଥିଲା।ଉକ୍ତ ପରୀକ୍ଷଣ ବେଳେ ସମସ୍ତ ନମୁନାରୁ ନେଗେଟିଭ ବାହାରିଥିବା ସୂଚନା ମିଳିଛି । ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାରେ ପଜିଟିଭ ଶୂନ ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ଖୁବ ଆଶ୍ବସ୍ଥି ଲାଭ କରିଛି । ଏନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ପିଇଓ ସୁଶାନ୍ତ କୁମାର ପାତ୍ର,ଇ ଶଙ୍କର ରାଓ, କିଶୋର ସାହୁ ଅଧିକରୁ ଅଧିକ ଏଣ୍ଟିଜେନ ଟେଷ୍ଟ କରାଇ କରୋନା ରୋଗରୁ ମୁକ୍ତ ହେବା ପାଇଁ ଗ୍ରାମବାସୀ ଙ୍କୁ ନିବେଦନ କରିଛନ୍ତି । ( ହିଞ୍ଜିଳିକାଟୁ/ଶେଷଦେବ ସାହୁ)

Exit mobile version