Home ଓଡ଼ିଶା ବାଲିଗୁଡାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ କୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ : ଜନଜୀବନ ଅସ୍ତବ୍ୟସ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ I ଏହାର ପ୍ରଭାବ କନ୍ଧମାଳ ଜିଲ୍ଳା ବାଲିଗୁଡା ସହରରେ ମଧ୍ୟ ଦେଖିବାକୁ ମିଳିଛି I ଦିନସାରା ଚଳଚଞ୍ଚଳ ରହୁଥିବା ବାଲିଗୁଡା ସହରର ସ୍ଥିତି କିନ୍ତୁ ବର୍ତ୍ତମାନ ବଦଳି ଯାଇଛି I ବର୍ତ୍ତମାନ ଦିନ ବେଳା ଏହାର ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ୍ ରହୁଛି I ବର୍ତ୍ତମାନ ସକାଳ ଆଠ ଘଣ୍ଟା ପରଠାରୁ ଖରା ବୃଦ୍ଧି ପାଇ ଦିନ ଏଗାରଟା ବେଳକୁ ଏହା ଅସହ୍ୟ ହୋଇପଡୁଛି I ଏହି ଖରା ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ରହୁଛି I ଏପଟେ ଦିନ ବାରଟା ପରଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ସହରରେ କୌଣସି ଲୋକଙ୍କୁ ଦେଖିବାକୁ ମିଳୁନି I ଗାଡ଼ିମଟର ଯାତାୟତ ସମ୍ପୂର୍ଣ୍ଣରୂପେ ବନ୍ଦ ରହୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ I ରାସ୍ତାଘାଟ ଖାଁ ଖାଁ ଲାଗୁଛି I ପୂର୍ବରୁ ଏହିଭଳି ଖରା କେବେ ହୋଇନଥିବା କଥା ସ୍ଥାନୀୟ ଜନସାଧାରଣ କହୁଛନ୍ତି I ଦିନ ସାରା ପ୍ରବଳ ଖରା ସାଙ୍ଗକୁ ରାତିର ପ୍ରବଳ ଗୁଳୁଗୁଳି ଜୀବନ ଯନ୍ତ୍ରଣାକୁ ବଢାଇଦେଉଛି I ଗୁଳୁଗୁଳି ଯୋଗୁଁ ଲୋକଙ୍କୁ ରାତି ଗୋଟାଏ ପର୍ଯ୍ୟନ୍ତ ନିଦ ହେଉନି I ଆଜି ବାଲିଗୁଡା ରେ ତାପମାତ୍ରା ସର୍ବାଧିକ ୩୯ ଡିଗ୍ରିଥିବା ଜଣାପଡିଛି । ଗତ ପାଞ୍ଚ ଦିନ ହେଲା ପାରଦ ୪୦ ରୁ ୪୨ ଡିଗ୍ରୀ ରହୁଛି । ଆଗାମୀ ଦିନରେ ଏହା ଅଧିକା ଡିଗ୍ରୀ ଛୁଇଁବାର ସମ୍ଭାବନା ଅଛି । ପ୍ରବଳ ଗରମରେ ଛୋଟ ଛୁଆ, ବୟସ୍କଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି I ଏସି, କୁଲର୍, ପଙ୍ଖା କିଛି ବି କାମ କରୁନି I ଏହା ସହିତ ତାଳ ଦେଉଛି ଆଘୋଷିତ ବିଦ୍ୟୁତ୍ କାଟ I ଲୋକେ ଗୁଳୁଗୁଳିରେ ଛଟପଟ ହୋଇ ବିଳମ୍ବରେ ଶୋଉଥିବା ବେଳେ ସକାଳୁ ସକାଳୁ ଅଘୋଷିତ ବିଦ୍ୟୁତ୍ କାଟ ହେବା ଯୋଗୁଁ ଲୋକଙ୍କ ଯନ୍ତ୍ରଣା ସକାଳୁ ସକାଳୁ ହିଁ ବଢ଼ି ଯାଉଛି I ସହରରେ ମନ ଇଚ୍ଛା ବିଦ୍ୟୁତ୍ କାଟ ହେବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି I କେଉଁ କାରଣରୁ ବିଜୁଳିକାଟ୍ କରାଯାଉଛି ତାହା ଜଣାପଡୁନି । ପୂର୍ବରୁ ତାର ଛିଡିଯିବା କିମ୍ବା ଶଙ୍ଖ ଫାଟିଯିବା କଥା କହି ବିଜୁଳି ବିଭାଗ ବିଜୁଳିକାଟ୍ କରୁଥିବା ବେଳେ ଏବେ ମେଣ୍ଟନାନ୍ସ କଥା କହି ବିଜୁଳିକାଟ୍ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ଖରା ହେଉ କି ବର୍ଷା କିମ୍ବା ଶୀତ ସବୁ ବେଳେ ବିଜୁଳି କାଟ୍ । ସେହିପରି ସାମାନ୍ୟ ବର୍ଷା ପବନ କିମ୍ବା ବିଜୁଳି ଘଡଘଡି ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ କରାଯାଉଛି । ଏହି ବିଜୁଳିକାଟ୍ ର କୌଣସି ସମୟସୀମା ନାହିଁ । ଯେତେବେଳେ ନାହିଁ ସେତେବେଳେ କରାଯାଉଛି ବିଜୁଳିକାଟ୍ । ଦିନର ଅଧିକାଂଶ ସମୟ ବିଜୁଳି ରହୁନଥିବା ବେଳେ ବିଳମ୍ବିତ ରାତି ଆଉ ଭୋର ସମୟରେ ମଧ୍ୟ ବିଜୁଳିକାଟ୍ କରାଯାଉଛି ।ଏ ନେଇ ସମଗ୍ର ବାଲିଗୁଡା ଅଞ୍ଚଳରେ ଅଘୋଷିତ ବିଜୁଳିକାଟ୍ କୁ ନେଇ ଉପଭୋକ୍ତାଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ସମୟରେ ବିନା କାରଣରେ ବିଜୁଳିକାଟ୍ କରାଯିବାର କାରଣ ଜଣାପଡୁନି । ଏ ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଲେ ଯେ, ଫୁଲବାଣୀ ସେକ୍ସନ ବିଦ୍ୟୁତ ବାରମ୍ବାର ଟ୍ରିପ ନେଉଛି, ଯାହାକି କଣ୍ଟ୍ରୋଲ କରି ହେଉନାହିଁ, ଏଣୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି, ଏଣୁ ବେଶୀ ସମୟ ଏପରି ହେଲେ ବାଧ୍ୟ ହୋଇ ଲୋ ଭୋଲଟେଜ ରେ ରାଇକିଆ ଷ୍ଟ୍ରକଚର ଲାଇନ ଦିଆ ଯାଉଛି ବୋଲି ପ୍ରକାଶ କରିଛନ୍ତି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026