Home ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଓଡ଼ିଶା ସରକାର ଗୁଜରାଟ ମଡେଲ ଆପଣାଇବାକୁ ପ୍ରହ୍ଲାଦ ଭାଇ ମୋଦୀଙ୍କ ଦାବି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ସର୍ବଭାରତୀୟ ଡିଲର ଫେଡେରେସନ ର ସର୍ବଭାରତୀୟ ଉପ-ସଭାପତି ତଥା ମାନ୍ୟବର ପ୍ରଧାନମନ୍ତ୍ର ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଭାଇ ପ୍ରହ୍ଲାଦ ଭାଇ ମୋଦୀଙ୍କୁ ସର୍ବଭାରତୀୟ ଡିଲର ଫେଡେରେସନ ଓଡ଼ିଶା ଶାଖାର କର୍ମକର୍ତ୍ତା ତଥା ରାଜ୍ୟ ର ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ସାକ୍ଷାତ ଆଲୋଚନା କରିବା ସହ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନା ପ୍ରସଙ୍ଗରେ ଶ୍ରୀ ମୋଦି ଗୁଜରାଟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା କୁ କ୍ରିୟାଶୀଳ ତଥା ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ କହିଥିଲେ ଯେ ଗୁଜରାଟ ସରକାର ସାଧାରଣ ପଡି କାର୍ଡ ଧାରୀ ଯେଉଁମାନଙ୍କ ର ବିଭିନ୍ନ କାରଣରୁ ଯେପରି କି ବୟାସଧିକ, ରୋଗଗ୍ରସ୍ତ ଭିନ୍ନକ୍ଷମ ସାମଗ୍ରୀ ନେବା ରେ ଆଙ୍ଗୁଠି ଛାପ ମେଳକ ହୋଇ ପାରୁ ନାହିଁ ସେମାନଙ୍କ ପାଇଁ ଅଫ୍ ଲାଇନ୍ ରେ ସାମଗ୍ରୀ ଦିଆଯିବା ର ବ୍ୟବସ୍ଥା ରହିଛି, ସେହିପରି ସରକାର ଙ୍କ ବିଭିନ୍ନ ଯୋଜନାରେ ଖୁଚୁରା ବିକ୍ରେତା ମାନଙ୍କୁ ସାମିଲ କରାଯାଇ ପ୍ରତ୍ୟେକ ଖୁଚୁରା ବିକ୍ରେତା ମାନଙ୍କ ମାସିକ ୨୦ ହଜାର ଟଙ୍କା ଆୟ ସୁନିଶ୍ଚିତ କରାଯାଇଛି ଏବଂ ଖୁଚୁରା ବିକ୍ରେତା ମାନଙ୍କ ଲାଇସେନ୍ସ ନବୀକରଣ ପ୍ରତି ପାଞ୍ଚ ବର୍ଷ କୁ ଥରେ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଯେତେବେଳେ କି ଗୁଜୁରାଟରେ ବି ଜେ ପି ନେତୃତ୍ଵାଧୀନ ସରକାର ରହିଛି ଓ ଓଡ଼ିଶା ରେ ମଧ୍ୟ ବି ଜେ ପି ନେତୃତ୍ଵାଧୀନ ସରକାର ରହିଛି ଅଥଚ ରାଜ୍ୟ ର କାର୍ଯ୍ୟରତ ଖୁଚୁରା ବିକ୍ରେତା ମାନଙ୍କ ଲାଇସେନ୍ସ ନବୀକରଣ ର ଅବଧୀ ର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ କେତେବେଳେ ଛଅ ମାସ କେତେବେଳେ ବର୍ଷେ ତ କେତେବେଳେ ଦେଢ଼ ବର୍ଷ ରହିଛି। ସେହିପରି ଖୁଚୁରା ବିକ୍ରେତା ମାନଙ୍କ ମାସିକ ଆୟ ୨୦ ହଜାର ଟଙ୍କା ସୁନିଶ୍ଚିତ କରିବା ଦୂରରେ ଥାଉ କୋରୋନା ମହାମାରୀ ସମୟରୁ ବକେୟା ରହିଥିବା ବଣ୍ଟନ ବାବଦ ପାରିଶ୍ରମିକ ସଂପୂର୍ଣ୍ଣ ପ୍ରଦାନ ମଧ୍ୟ କରାଯାଇ ନାହିଁ ବୋଲି ରାଜ୍ୟ ଖୁଚୁରା ବିକ୍ରେତା ସଂଘର କର୍ମକର୍ତ୍ତା ମାନେ ତାଙ୍କ ର ଦୃଷ୍ଟି ଆକର୍ଷଣ କରିବା ରୁ ଶ୍ରୀ ମୋଦି ଓଡ଼ିଶାର ଖୁଚୁରା ବିକ୍ରେତା ମାନଙ୍କ ସମସ୍ୟା ଶୁଣିବା ପରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଓଡ଼ିଶାର ବି ଜେ ପି ନେତୃତ୍ଵାଧୀନ ସରକାର ତୁରନ୍ତ ସାଧାରଣ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଗୁଜୁରାଟ ସରକାର ଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ମଡେଲ ଆପଣାଇବା କୁ ଦାବି କରିଥିଲେ। ଏବଂ ଖୁବଶୀଘ୍ର ଆଉଥରେ ସେ ଓଡ଼ିଶା ଆସି ରାଜ୍ୟ ସଂଘ କୁ ସାଥିରେ ନେଇ ଓଡ଼ିଶା ସରକାରଙ୍କ ସହ ଆଲୋଚନ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ।ଏହି ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଓଡ଼ିଶା ଶାଖାର ସଭାପତି ଶ୍ରୀ ନଗେନ୍ଦ୍ର ଜେନା ଉପ-ସଭାପତି ଶ୍ରୀ ଦତ୍ତହରୀ ସାମଲ,ସାଧାରଣ ସମ୍ପାଦକ ସୈୟଦ୍ ଏକ୍ରାମ ହୁସେନ, ବାସୁଦେବ ବେହେରା, ଜଗବନ୍ଧୁ ଲେଙ୍କା, ଉତ୍ତମ ଦାସ, ଜଗନ୍ନାଥ ବେହେରା, ରଞ୍ଜନ କୁମାର ନାଥ,ସୁଧାଂଶୁ ଦାସ, ଇଶ୍ଵର ଚନ୍ଦ୍ର ମହାନ୍ତି, ନରେନ୍ଦ୍ର ଷଡ଼ଙ୍ଗୀ,ବିଜୟ କୁମାର୍ ସାହୁ,କରୁଣାକର ପ୍ରହରାଜ,ରବି ନାରାୟଣ ଜେନା, ନୀଳମଣି ସାହୁ, ଦଣ୍ଡେସ୍ୱର ମିଶ୍ର ବିଭିନ୍ନ ଜିଲ୍ଲାର ସଭାପତି ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ସମେତ ଶତାଧିକ ଖୁଚୁରା ବିକ୍ରେତା ଯୋଗଦେଇ ଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026