ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆତଙ୍କବାଦ ର କୌଣସି ଧର୍ମ ନାହିଁ, ହିଂସା ର କୌଣସି ଶାସ୍ତ୍ର ନାହିଁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ମଇ ୧୦ ତାରିଖ ଅପରାହ୍ନରେ ରାଜ ଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକ ରେ ରାଜ୍ୟପାଳ ଏପରି କହିଛନ୍ତି। ପହଲଗାମ ରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ର କର୍ମକର୍ତ୍ତା ଏବଂ ବିଭିନ୍ନ ଗୋଷ୍ଠୀ ର ପ୍ରତିନିଧି ମାନେ ଏହି ବୈଠକ ରେ ଅଂଶଗ୍ରହଣ କରିଥିଲେ।
