Home ଓଡ଼ିଶା ମାତୃଦିବସ ରେ ପଣତକାନି ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମାତୃଦିବସ ଅବସରରେ ରବିବାର ପୂର୍ବାହ୍ନ ନୂଆନଈ ନିକଟ ମା ‘ତ୍ରିପୁରାମୋହିନୀ ମନ୍ଦିର ପ୍ରାଙ୍ଗଣ ରେ “ପଣତକାନି ଉତ୍ସବ “ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ 300 ରୁ ଉର୍ଦ୍ଧ ମହିଳା ଅଂଶଗ୍ରହଣ କରିଥିଲେ l ପ୍ରାରମ୍ଭରେ ମା ତ୍ରିପୁରା ମୋହିନୀ ମନ୍ଦିର ରେ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ଏହି ଉତ୍ସବ ରେ ଆୟୋଜକ ଭାବେ ସାମାଜିକ ଅନୁଷ୍ଠାନ ଦି ମିରର, ଦି ବେଲ, କଳିଙ୍ଗ ସ୍ମାର୍ଟ ସ୍କୁଲ, ସୋମନାଵ ଡେଭଲପରସ, ଲାୟନସ କ୍ଲବ, କ୍ଷେତ୍ରମୋହନ ଫାଉଣ୍ଡେସନ, ଶ୍ରୀଜଗନ୍ନାଥ ଫାଉଣ୍ଡେସନ, ମାଟିର ମଣିଷ ଓ ପୁରୀସଦର ବ୍ଲକ ମହିଳା ମହାସଂଘ ମିଳିତ ଭାବେ ପରିଚାଳନା କରିଥିଲେ l ଆରମ୍ଭରୁ ହୁଳହୁଳି, ହରିବୋଲ ଓ ତାଳିମାଡ ରେ ପ୍ରାଙ୍ଗଣ କମ୍ପିଥିଲା l ପ୍ରଥମ ପ୍ରତିଯୋଗିତା ମିଉଜିକ ଚ୍ୟାର ବେଶ ଆକର୍ଷଣିୟ ହୋଇଥିଲା l ପ୍ରତିଯୋଗିତା ରେ ସମଗରା ଗ୍ରାମର ମହିଳା ମମତା ପଣ୍ଡା ୧ମ, ବାଲଗୁଆଳି ର ଅନୁସୂୟା ପ୍ରଧାନ୨ୟ, ବାଲିଗୁଆଳି ର ସ୍ମିତା ମହାପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ l ଫନି ବଲ ଗେମ ରେ ରୋଜାଲିନ ବେହେରା ୧ମ, ରୋଜାଲିନ ପରିଡା ୨ୟ, ସୁଷମା ବେହେରା ୩ୟ ବିଜେତା ହୋଇଥିଲେ l ମା’ ଙ୍କ ବିଷୟରେ ତାଙ୍କ ଝିଅମାନେ ବକୃତା ଦେଇଥିଲେ l ମିଛ ଦୁନିଆରେ ସତ କିଛି ଥାଏ ନାରୀରୁପେ ନାରାୟଣୀ ସିଏ…. ଗୀତରେ ବୋହୂ ବେଶରେ ସଂପୂର୍ଣ୍ଣା ପ୍ରଧାନ ଓ ସାଥିମାନେ ଅଭିନୟ କରିଥିଲେ l ଝୋଟି ପ୍ରତିଯୋଗିତା ରେ ସସ୍ମିତା ସ୍ୱାଇଁ ୧ମ, ଅନୁସୂୟା ପ୍ରଧାନ ୨ୟ, ପ୍ରଣତି ପଣ୍ଡା ୩ୟ ବିଜେତା ହୋଇଥିଲେ l ଶଙ୍ଖ ଫୁଙ୍କା ରେ ୩ ଜଣଙ୍କ ମଧ୍ୟ ରୁ ପ୍ରେମଲତା ବାରିକ ୧ମ ହୋଇଥିଲେ l ହୁଳହୁଳି ପ୍ରତିଯୋଗିତା ରେ କବିତା ପ୍ରଧାନ ୧ମ, ସୁବାସିନୀ ବିଶ୍ୱାଳ ୨ୟ ଓ କୁମାରୀ ପ୍ରଧାନ ୩ୟ ହୋଇଥିଲେ l ଢଗ ଢମାଳି ରେ ଲତା ପଣ୍ଡି ୧ମ, ପୂଜା ପ୍ରଧାନ ୨ୟ ଓ ପ୍ରେମଲତା ବାରିକ, ୩ ୟ, କାନ୍ଦଣା ରେ କୁନ୍ତଳା ପ୍ରଧାନ ୧ମ, ବିମଳା ପ୍ରଧାନ ୨ୟ ଓ ଦୋବି ପଣ୍ଡି ୩ ୟ ଏବଂ ହୁଳହୁଳି ରେ କବିତା ପ୍ରଧାନ, ୧ମ ସୁବାସିନୀ ପ୍ରଧାନ ୨ୟ ଓ କୁମାରୀ ପ୍ରଧାନ ୩ୟ ବିଜୟ ଲାଭ କରିଛନ୍ତି l ଦି ମିରର ର ସଭାପତି ଲାୟନ ସଞ୍ଜୟ କୁମାର ପ୍ରଧାନ କାଯ୍ୟକ୍ରମକୁ ପରିଚାଳନା କରିଥିଲେ l ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସଭାପତିତ୍ୱତା କରିଥିଲେ ସମାଜସେବୀ ରାଜେଶ ମିଶ୍ର, କ୍ଷେତ୍ରମୋହନ ଫାଉଣ୍ଡେସନ ପ୍ରତିଷ୍ଠିତା କୁନ୍ତଳା ପ୍ରଧାନ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ର ସମ୍ପାଦିକା ରିକି ବାରିକ, ମାଟିର ମଣିଷ ର ସମ୍ପାଦକ ପ୍ରଶାନ୍ତ ପ୍ରଧାନ ମହିଳା ସଙ୍ଘ ର ସଭାନେତ୍ରୀ ସଂଯୁକ୍ତା ପ୍ରଧାନ ସମ୍ପାଦିକା ସରସ୍ବତୀ ପ୍ରଧାନ, ସମାଜସେବୀକା ସସ୍ମିତା ସାହୁ, ବାଲିଗୁଆଳି ପଂଚାୟତ ସରପଞ୍ଚ ସିଲି ସେନାପତି, ବେଲଦଳ ପଞ୍ଚାୟତ ସରପଞ୍ଚ ବିପିନ ଦାସ, କାଶୀହରିପୁର ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ୍ତଭାନୁ ଘଟୁଆରୀ, ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଅଥିତି ଭାବେ ଯୋଗ ଦେଇଥିଲେ l ୧୧0 ବର୍ଷର ଜଣେ ମା ଚାନ୍ଦ ଜେନା ଙ୍କୁ ପଣନ୍ତକାନି ସନମାନ ଦିଆଯାଇଥିଲା l ଗୃହିଣୀ ମା ଯଥା କଲ୍ୟାଣୀ ଘଟୁଆରୀ, ରେଣୁବାଳା ରାଉତ, ଶିଶୁଳା ପ୍ରଧାନ, ମଣିବାଳା ପ୍ରଧାନ ଓ ବିଳାସିନୀ ପ୍ରଧାନ ଙ୍କୁ ପଣନ୍ତକାନି ସନମାନ ଦିଆଯାଇଥିଲା ଏବଂ ସବୁ ପ୍ରତିଯୋଗିତା ଭାଗ ନେଇଥିବା ବିଜେତା ଙ୍କୁ ପୁରସ୍କାର ଦିଆଯାଇଥିଲା l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026